Advertisment

ମଲା ଛେଳି ଧରି ଥାନାରେ ପହଞ୍ଚିଲେ ମହିଳା

ଗାଁର ବସନ୍ତ ବିଶ୍ୱଳ ଓ ନୃସିଂହ ସାହୁ ବିଷ ସ୍ପ୍ରେ କରିଥିବା ଘାସ ଖାଇ ଛେଳିଙ୍କର ମୃତ୍ୟୁ ହୋଥିବା ମୀନି ଅଭିଯୋଗ କରିଛନ୍ତି। ବିଷାକ୍ତ ଘାସ ଖାଇ ୮ଟି ଛେଳି ମରିଥିବା ଅଭିଯୋଗ ହୋଇଛି।

Dhenkanal

Dhenkanal

Advertisment

ପୂର୍ବ ଶତୃତାକୁ କେନ୍ଦ୍ର କରି ୮ ଟି ଛେଳିକୁ ବିଷ ଦେଇ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁରେ।

Advertisment

କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁର ମିନି ଦେହୁରୀ ଛେଳି ଚରାଇ ପରିବାର ପ୍ରତି ପୋଷଣ କରନ୍ତି। ସବୁଦିନ ପରି ଆଜି ସକାଳେ ମୀନି ଗାଁ ପାଖ ରାମିଆଳ ନଦୀ ପଠାକୁ ଛେଳି ଚରାଇବାକୁ ନେଉଥିଲେ। ସେଇ ସମୟରେ ବାଇସିଙ୍ଗା ଗାଁର ନୃସିଂହ ସାହୁ ଛେଳିକୁ ମାରି ଦେବ ବୋଲି ଧମକ ଦେଇଥିଲେ। ହେଲେ ସେହି ଧମକକୁ ଖାତିର ନକରି ମୀନି ପଡ଼ିଆରେ ଛେଳି ଛାଡ଼ି ଘରକୁ ପଳାଇ ଆସିଥିଲେ। କିଛି ସମୟ ପରେ ଯିବା ବେଳକୁ ଛେଳି ସବୁ ମରି ପଡ଼ିଥିବା ଦେଖିବାକୁ ପାଇ ଥିଲେ। ଗାଁର ବସନ୍ତ ବିଶ୍ୱଳ ଓ ନୃସିଂହ ସାହୁ ବିଷ ସ୍ପ୍ରେ କରିଥିବା ଘାସ ଖାଇ ଛେଳିଙ୍କର ମୃତ୍ୟୁ ହୋଥିବା ମୀନି ଅଭିଯୋଗ କରିଛନ୍ତି। ବିଷାକ୍ତ ଘାସ ଖାଇ ୮ଟି ଛେଳି ମରିଥିବା ଅଭିଯୋଗ ହୋଇଛି।

ମୀନି ମଲା ଛେଳିଙ୍କୁ ଧରି କାମାକ୍ଷାନଗର ଥାନାରେ ପହଞ୍ଚିଲେ। ବସନ୍ତ ବିଶ୍ୱଳ, ନୃସିଂହ ବେହେରା, ଶୁଷା ସାହୁଙ୍କ ନାଁରେ ସେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

‌Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe