Advertisment

ରାଜମିସ୍ତ୍ରୀଙ୍କୁ ହତ୍ୟାକରି ବ୍ରିଜ୍ ତଳକୁ ଫିଙ୍ଗିଦେଲେ

ସକାଳୁ  ମନୋଜ ଦଳବେହେରାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ହୋଇ ବ୍ରିଜ୍ ତଳୁ ମିଳିଥିଲା।

ଅଦ୍ୟତନ ହୋଇଛି
Bargarh

Bargarh

Advertisment

ବ୍ରିଜ୍ ତଳୁ ରାଜମିସ୍ତ୍ରୀଙ୍କର ମୃତଦେହ ଉଦ୍ଧାର। ରକ୍ତ ଜଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲା ମୃତଦେହ। ହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମହୁଲି ଗ୍ରାମରେ। ଗ୍ରାମର ନିକଟରେ ଥିବା ହରଭଙ୍ଗି କେନାଲ ବ୍ରିଜ୍ ତଳେ ରକ୍ତାକ୍ତ ଅବସ୍ଥାରେ ମୃତଦେ ପଡ଼ିଥିବା ଗ୍ରାମବାସି ମାନେ ଦେଖିଥିଲେ। ଖବର ପାଇଁ ଘଟଣା ସ୍ଥଳରେ ଆସିକା SDPO ଉମା ଶଙ୍କର ସଂ ଓ ବଡ଼ଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଙ୍କ ପରିଚୟ ହେଉଛି ବ୍ରହ୍ମପୁର ଜିଲ୍ଲା ଆଙ୍କୁଲି ଗ୍ରାମର ମନୋଜ ଦଳବେହେରା, ବୟସ ୩୦ ବୋଲି ଜଣା ପଡ଼ିଛି।

Advertisment

ସୂଚନା ଅନୁସାରେ ମନୋଜ ଦୀର୍ଘ ବର୍ଷ ହେବ ବଡ଼ଗଡ଼ ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁ ଥିଲେ। ଏବଂ ସେଠାରେ କିଛି ସାଙ୍ଗ ମାନଙ୍କ ସହିତି ଘରଭଡ଼ା ନେଇ ରହୁଥିଲେ। ସୋମବାର ଦିନ ରୁମରେ ରହୁଥିବା ସାଙ୍ଗ ମାନଙ୍କ ସହିତ କାମକୁ ନେଇ ଝଗଡ଼ା ହୋଇଥିଲା। ତେବେ ଆଜି ସକାଳୁ  ମନୋଜ ଦଳବେହେରାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ହୋଇ ବ୍ରିଜ୍ ତଳୁ ମିଳିଥିଲା। ଏହି ଘଟଣାରେ ସନ୍ଦେହ କରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ବଡ଼ଗଡ଼ ପୁଲିସ।

ରିପୋର୍ଟ- ଭଞ୍ଜନଗରରୁ, ରାଜେଶ କୁମାର ପଣ୍ଡା

Murder Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe