Advertisment

୧୦ ଟଙ୍କା ପାଇଁ ଯୁବକଙ୍କୁ ପିଟିପିଟି ମାରିଦେଲେ

ମଦର ଦାମ ୧୮୦ ଟଙ୍କା ଥିବା ବେଳେ ଦୋକାନୀ ଜଣକ ୧୯୦ ଟଙ୍କା ଦେବାକୁ କହିଥିଲା। ଚଡ଼ା ଦରକୁ ନେଇ ଉଭୟଙ୍କ ବଚସା ପରେ ମାଡ଼ପିଟ ହୋଇଥିଲା। ପରେ ଉକ୍ତ ଯୁବକ ମାନେ ଏକ କାଠ ଫାଳରେ ଦୋକାନିକୁ ଆକ୍ରମଣ କରିଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Balangir

Balangir

ମାତ୍ର ୧୦ ଟଙ୍କା ପାଇଁ ଯୁବକଙ୍କୁ ପିଟି ପିଟି ହତ୍ୟାରେ ୩ ଗିରଫ। ମଦ ଦୋକାନରେ ମଦ କିଣିବାକୁ ନେଇ ବଚସାରୁ ହତ୍ୟାକାଣ୍ଡ। ଆହତ ଯୁବକକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ମୃତ୍ୟୁ ହୋଇଛି।

Advertisment

ଏଭଲି ଅଭାବନିୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ। ରବିବାର ସନ୍ଧ୍ୟାରେ ଖପ୍ରାଖୋଲ ବିଦେଶୀ ମଦ ଦୋକାନକୁ ବେଲପଡ଼ା ଥାନା ଖର୍ଖର ଗ୍ରାମର ଲଛମନ୍ ଦାସ ଓ ବୁଢାଭଟା ଗ୍ରାମର ଯୁଗୀନ୍ଦ୍ର ବରିହା ଓ ବିସ୍ୱନାଥ ନିଆର୍ ତିନିଜଣ ଯୁବକ କଣିବାକୁ ଯାଇଥିଲେ। ମଦର ଦାମ ୧୮୦ ଟଙ୍କା ଥିବା ବେଳେ ଦୋକାନୀ ଜଣକ ୧୯୦ ଟଙ୍କା ଦେବାକୁ କହିଥିଲା। ଚଡ଼ା ଦରକୁ ନେଇ ଉଭୟଙ୍କ ବଚସା ପରେ ମାଡ଼ପିଟ ହୋଇଥିଲା। ପରେ ଉକ୍ତ ଯୁବକ ମାନେ ଏକ କାଠ ଫାଳରେ ଦୋକାନିକୁ ଆକ୍ରମଣ କରିଥିଲେ।

ଆକ୍ରମଣ ପରେ ଦୋକାନୀ ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲକୁ ନିଆ ଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କୁ ବଲାଙ୍ଗୀର ରୁ ବୁର୍ଲାକୁ ପଠାଇଥିଲେ। ହେଲେ କିଛି ସମୟ ପରେ ଯୁବକ ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ବିହାର ରାଜ୍ୟ ର ଗୋପାଲ ପ୍ରାସାଦ ବୋଲି ଜଣାପଡ଼ି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରୁଥିବା ଜଣାପଡ଼ିଛି।

Advertisment

ରିପୋର୍ଟ – ପାଟଣାଗଡ଼ରୁ, କରୁଣାକର ବୁଡ଼େକ

Murder Balangir