Advertisment

ମୋବାଇଲ୍‌ ପାଇଁ ପଥରରେ ଛେଚି ହତ୍ୟା

ଅଭିଯୁକ୍ତ ମାନେ ଫିରୋଜ୍‌ଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବାପରେ ପୋତି ଦେଇଥିଲେ

Killing

Killing

Advertisment

ମୋବାଇଲ୍ ପାଇଁ ହତ୍ୟା। ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି ଅଭାବନିୟ ଘଟଣା ଘଟିଛି ସମ୍ବଲପୁ ଜିଲ୍ଲାର ରେଙ୍ଗାଲି ଅଞ୍ଚଳରେ।

Advertisment

ପୁଲିସର ସୂଚନା ଅନୁସାରେ ୭ ତାରିଖ ଦିନ ରେଙ୍ଗାଲି ଅଞ୍ଚଳର ଜଣେ କବାଡ଼ି ବାଲା ନିଖୋଜ ହୋଇ ଯାଇଥିଲେ। ତାଙ୍କ ନାମ ମହମ୍ମଦ ଫିରୋଜ, ଘର ଉତ୍ତର ପ୍ରଦେଶ ରେ। ସେ ରେଙ୍ଗାଲି ଅଞ୍ଚଳ ରେ କବାଡ଼ି କାମ କରୁଥିଲେ। ଫିରୋଜଙ୍କ ସମ୍ପର୍କୀୟ ବହୁ ଖୋଜା ଖୋଜା କରିବା ପରେ ତାଙ୍କ ପତା ନମିଳିବାରୁ ଶାସନ ଥାନା ରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ ସମ୍ପର୍କୀୟ।

ଅଭିଯୋଗ ପରେ ପୁଲିସର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ମୋବାଇଲର CDR ତଥ୍ୟ ରୁ ଶେଷଥର ପାଇଁ ଯେଉଁ ନମ୍ବର ସହ କଥାବାର୍ତ୍ତା ହୋଇଥିଲେ। ସେହି ନମ୍ବରକୁ ଟ୍ରାକ କରିବାରୁ ଜଣା ପଡ଼ିଥିଲା ଅଭିଯୁକ୍ତ ମାନଙ୍କ ସମ୍ପର୍କରେ। ପୁଲିସ ଅଭିଯୁକ୍ତର ଫୋନ ଟ୍ରାକ କରି ଧରିବା ପରେ, ଅଭିଯୁକ୍ତ ପୁଲିସ ଆଗରେ ସବୁ ସତ ମାନିଥିଲା। ତେବେ ମୋବାଇଲ ଲୁଟ କରିବା ପାଇଁ ସେମାନେ କିପରି ହତ୍ୟାର ଷଡ଼ଯନ୍ତ୍ର ରଚନା କରି ମୋବାଇଲକୁ ନେଇ ଯାଇଥିଲେ ସେ ସମ୍ପର୍କରେ ସବୁ ଜଣା ପଡ଼ିଥିଲା।

Advertisment

୭ ତାରିଖ ଦିନ ମହମ୍ମଦ ଫିରୋଜଙ୍କୁ କିଛି ଯୁବକ କବାଡ଼ି ସାମଗ୍ରୀ ଥିବା ନେଇ ଫୋନରେ ଜଣାଇଥିଲେ। ତାଙ୍କୁ କତରବଗାଥାନା ଅଞ୍ଚଳର ଏକ ଜଙ୍ଗଲ ପାଖକୁ ଡାକିଥିଲେ। ପୂର୍ବ ଯୋଜନା ମୁତାବକ ଦୁଇ ଅଭିଯୁକ୍ତ ଫିରୋଜଙ୍କୁ ବାଡ଼ିରେ ପ୍ରବଳ ପିଟିଥିଲେ। ସେଠୁ ଦୌଡ଼ି ଯିବାକୁ ଚେଷ୍ଟା କରିବା ବେଳେ ଏକ ଗାତରେ ଖସି ପଡ଼ିଥିଲେ ଫିରୋଜ। ଅଭିଯୁକ୍ତ ମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବାପରେ ପୋତି ଦେଇଥିଲେ। ଫିରୋଜଙ୍କ ମୋବାଇଲ୍ ନେଇ ଚମ୍ପଟ ମାରିଥିଲେ ଅଭିଯୁକ୍ତ ମାନେ। ପୁଲିସ୍ ଫିରୋଜଙ୍କ କଲ୍ ଡିଟେଲ ରେକର୍ଡ-CDR ଯାଞ୍ଚ ପରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପରେ ପୁରା ମାମଲା ସାମ୍ନାକୁ ଆସିଛି। ପୁଲିସ୍ ମୃତଦେହକୁ ଉଦ୍ଧାରକରିବା ସହ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe