Advertisment

ବିଚ୍ ରାସ୍ତାରେ ଛାତ୍ରଙ୍କୁ ହତ୍ୟା, ଛୁରା ମାଡ଼ କରି ଦୁର୍ବୃତ୍ତ ଫେରାର

ରାୟଗଡ଼ାରେ ଦିନ ଦ୍ୱିପହରେ ହତ୍ୟାକାଣ୍ଡ। ଛୁରାମାଡ଼ କରି କଲେଜ ଛାତ୍ରଙ୍କୁ ହତ୍ୟା। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଭଣଜାକୁ ହତ୍ୟା କରାଯାଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Rayagada

Rayagada

ରାୟଗଡ଼ାରେ ଦିନ ଦ୍ୱିପହରେ ହତ୍ୟାକାଣ୍ଡ। ଛୁରାମାଡ଼ କରି ଜଣେ କଲେଜ ଛାତ୍ରଙ୍କୁ କରାଯାଇଛି ହତ୍ୟା। ମୃତ ଛାତ୍ରଙ୍କ ନାଁ ପ୍ରମୋଦ କଳକା। ତାଙ୍କ ଘର ସଦର ବ୍ଲକ୍ ହାଟ ସେଶଖାଲ ଶିଲିମିଶିଗୁଡ଼ା ଗାଁରେ। ସେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଭଣଜା ଥିଲେ।

Advertisment

ପ୍ରମୋଦ ତାଙ୍କ ସଂପର୍କୀୟ ଭଉଣୀକୁ ସ୍କୁଲରେ ଛାଡ଼ି ଘରକୁ ଫେରୁଥିଲେ। ଠିକ ଏହି ସମୟରେ ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ଛୁରାମାଡ଼ କରିଥିଲେ। ଘଟଣା ସ୍ଥଲରେ ପ୍ରମୋଦଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ପୁଲିସ ଘଟଣାର ତଦନ୍ତ କରୁଛି। ଏହା ଏକ ରାଜନୀତିକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ମାମୁ ଗଙ୍ଗାଧର ପୁଆଲା କହିଛନ୍ତି।

Advertisment

ରିପୋର୍ଟ – ରାୟଗଡ଼ାରୁ ମାଉଡ଼ି ବାରିକ

Rayagada