Advertisment

ତୁ ମୋର ନୁହେଁ ତ, ଆଉ କାହାର ନୁହେଁ...

ଯାତ୍ରା ଅଭିନୟ କରୁଥିବା ବେଳେ ରଶ୍ମିରଞ୍ଜନ ତାଙ୍କର ଜଣେ ସାଥୀ କଳାକାର(ଅଭିନେତ୍ରୀ)ଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଅଭିନେତ୍ରୀଙ୍କ ସହିତ ଗଢ଼ି ଉଠିଥିବା ରଶ୍ମିଙ୍କ ପ୍ରେମ ସମ୍ପର୍କକୁ ଗ୍ରହଣ କରିପାରୁନଥିଲେ ସୋମନାଥ।

ଅଦ୍ୟତନ ହୋଇଛି
Crime

Crime

Advertisment

ପ୍ରେମର ସ୍ୱୀକୃତି ପାଇବା ପାଇଁ ଖେଳିଲେ ରକ୍ତର ହୋଲି। ଅତି ବୀଭତ୍ସ ଭାବେ ପାର୍ଟନରଙ୍କୁ ହତ୍ୟା କରିଥିଲେ। ଆଉ କହିଥିଲେ, ତୁ ମୋର ନୁହେଁ ତ, ଆଉ କାହାର ନୁହେଁ...। ହତ୍ୟାକାଣ୍ଡ ଘଟିବାର ଦୁଇ ଦିନ ପରେ ଏପରି ଖୋଲାସା କରିଛି ଖୋର୍ଦ୍ଧା ପୁଲିସ୍‌। ହତ୍ୟା ଅଭିଯୋଗରେ କିନ୍ନର ପାର୍ଟନରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ଏନେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ମୁର୍ମୁ।

Advertisment

ଜଙ୍କିଆ ଥାନା ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ପେଶାରେ ଜଣେ କଳାକାର। ଠିକ୍‌ ସେମିତି ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠ ମଧ୍ୟ ଜଣେ କଳାକାର। ହେଲେ ସେ ଜଣେ କିନ୍ନର। ଉଭୟ ଏକାଠି ବିଭିନ୍ନ ଯାତ୍ରା ପାର୍ଟିରେ ଅଭିନୟ କରୁଥିଲେ। ସାଙ୍ଗରେ ଅଭିନୟ କରୁଥିବା ବେଳେ ରଶ୍ମିରଞ୍ଜ ଓ ସୋମନାଥଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ସୋମନଥ ଜଣେ କିନ୍ନର ହୋଇଥିବା ସତ୍ତ୍ୱେ ରଶ୍ମିରଞ୍ଜନ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା। ଯେଉଁଥିପାଇଁ ଦୀର୍ଘ ବର୍ଷ ଧରି ରଶ୍ମିଙ୍କ ଘରେ ରହୁଥିଲେ ସୋମନାଥ।

ଯାତ୍ରା ଅଭିନୟ କରୁଥିବା ବେଳେ ରଶ୍ମିରଞ୍ଜନ ତାଙ୍କର ଜଣେ ସାଥୀ କଳାକାର(ଅଭିନେତ୍ରୀ)ଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଅଭିନେତ୍ରୀଙ୍କ ସହିତ ଗଢ଼ି ଉଠିଥିବା ରଶ୍ମିଙ୍କ ପ୍ରେମ ସମ୍ପର୍କକୁ ଗ୍ରହଣ କରିପାରୁନଥିଲେ ସୋମନାଥ। ସେ ବିରୋଧ କରିଥିଲେ। ମାତ୍ର ରଶ୍ମି ସେଥିପ୍ରତି ଧ୍ୟାନ ଦେଉନଥିଲେ। ଶେଷରେ ନିଜ ପ୍ରେମ ସମ୍ପର୍କରେ ରଶ୍ମିଙ୍କ ପ୍ରେମିକାଙ୍କୁ କହିଥିଲେ ସୋମନାଥ। ଏହା ପରେ ମଧ୍ୟ ସୋମନାଥ ନିରାଶ ହୋଇଥିଲେ। ଯାହାକୁ ନେଇ ଅନେକ ସମୟ ରଶ୍ମି ଓ ସୋମନାଥଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।

Advertisment

ତେବେ ଗତ ୨ ତାରିଖରେ ଉଭୟଙ୍କ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ପ୍ରବଳ ପାଟିତୁଣ୍ଡ ହୋଇଥିଲା। ‘ତୁ ମୋର ନୁହଁ ତ, ଆଉ କାହାର ନୁହେଁ’ ବୋଲି କହିଥିଲେ ସୋମନାଥ। ପରେ ପାଖରେ ଥିବା ଏକ ଲୁହା ରଡ୍‌ରେ ରଶ୍ମିଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ସେଠାରୁ ଚମ୍ପଟ ମାରିଥିଲେ ସୋମନାଥ।

ଅଭିଯୋଗ ପାଇ ଜଙ୍କିଆ ଥାନା ପୁଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମାମଲାର ତଦନ୍ତ ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ତଦନ୍ତ ବେଳେ ରଶ୍ମି ଓ ସୋମନାଥଙ୍କ ପ୍ରେମ ସମ୍ପର୍କରେ ପୁଲିସ୍‌ ଜାଣିବାକୁ ପାଇଥିଲା। ତା’ପରେ ସୋମନାଥଙ୍କୁ ଖୋଜିଥିଲା। ସୋମନାଥ ଖୋଜି ଖୋଜି ଯାଜପୁରରୁ ଗିରଫ କରିଥିଲା ପୁଲିସ୍‌। ଗିରଫ ପରେ ସବୁ ଦୋଷ ସେ କରିଥିଲେ। ଲୁହା ରଡ୍‌ରେ ପିଟି ରଶ୍ମିଙ୍କୁ ହତ୍ୟା କରିଥିବା ପୁଲିସ୍‌ ପାଖରେ ସ୍ୱୀକାର କରିଥିଲେ ସୋମନାତ। ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ମୁର୍ମୁ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Crime Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe