Advertisment

ଫାଷ୍ଟ ଫୁଡ ଖାଇଲେ, ଟଙ୍କା ମାଗିବାରୁ ଛୁରୀ ଭୁଷିଲେ

ଫାଷ୍ଟ ଫୁଡ ଖାଇଲେ । ମାତ୍ର ମାଗିବାରୁ ଟଙ୍କା ନ ଦେଇ ଦେଖାଇଲେ ନାଲି ଆଖି। ଏପରିକି ଛୁରୀ ଦେଖାଇ ଦାଦା ବଟି ମାଗିଲେ। ଦାଦା ବଟି ନ ମିଳିବାରୁ ଦୁଇ ଜଣଙ୍କୁ ଆକ୍ରମଣ କରିବାକୁ ପଛାଇଲେ ନାହିଁ ।

Attack

Attack

Advertisment

ଫାଷ୍ଟ ଫୁଡ ଖାଇଲେ । ମାତ୍ର ମାଗିବାରୁ ଟଙ୍କା ନ ଦେଇ ଦେଖାଇଲେ ନାଲି ଆଖି। ଏପରିକି ଛୁରୀ ଦେଖାଇ ଦାଦା ବଟି ମାଗିଲେ। ଦାଦା ବଟି ନ ମିଳିବାରୁ ଦୁଇ ଜଣଙ୍କୁ ଆକ୍ରମଣ କରି ଘାଇଲା କଲେ। ଏପରି ଏକ ନାରକୀୟ କାଣ୍ଡ ଗତ ସନ୍ଧ୍ୟାରେ ବ୍ରହ୍ମପୁର ଗାନ୍ଧୀନଗର ମୁଖ୍ୟ ରାସ୍ତାରେ ଘଟିଛି।

Advertisment

ଗତ ସନ୍ଧ୍ୟାରେ ୪ ଯୁବକ ଦୁଇଟି ବାଇକ୍‌ ଯୋଗେ ବ୍ରହ୍ମପୁର ଗାନ୍ଧୀନଗର ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ଏକ ଦୋକାନରୁ ସେମାନେ ଫାଷ୍ଟ ଫୁଡ ଖାଇଥିଲେ। ମାତ୍ର ଦୋକାନୀ ଟଙ୍କା ମାଗିବାରୁ ଆରମ୍ଭ ହୋଇଥିଲା ବଚସା। ଟଙ୍କା ନ ଦେଇ ସେମାନେ ଧମକଚମକ ଦେବା ସହ ଦାଦା ବାଟି ମାଗିବାକୁ ପଛାଇଲେ ନାହିଁ।

ଏହାକୁ ନେଇ ଦୋକାନୀ ଓ ତାଙ୍କ ଭାଇଙ୍କ ସହ ୪ ଯୁବକଙ୍କ ଉଚ୍ଚବାଚ ହେଲା। ଫଳରେ ୪ ଦୁର୍ବୃତ୍ତ ଛୁରୀ ବାହାର କରି ସେମାନଙ୍କୁ ଆକ୍ରମଣ କରିଥିଲେ। ଦୁଇ ଭାଇଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟମାନେ ଦୌଡ଼ି ଆସିବାରୁ ଦୁଇ ଜଣ ଖସି ପଳାଇଛନ୍ତି। ଆଉ ଦୁଇ ଜଣଙ୍କୁ କାବୁ କରି ସେମାନେ ପୁଲିସ୍‌ ଜିମା ଦେଇଛନ୍ତି ।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଆଉ ଦୁଇ ଯୁବକଙ୍କୁ ଖୋଜୁଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe