Advertisment

ବିଚ୍‌ ରାସ୍ତାରେ ଜିଆର୍‌ଏସ୍‌ଙ୍କୁ ଛୁରାମାଡ଼

ଘଟଣା ପରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲରେ ଭର୍ତ୍ତି କରିଛନ୍ତି।

Attack on GRS

Attack on GRS

Advertisment

ବିଚ୍ ରାସ୍ତାରେ ଜିଆର୍‌ଏସ୍‌ଙ୍କୁ ଛୁରାମାଡ଼। ଗ୍ରାମ ରୋଜଗାର ସେବଙ୍କୁ ଗାଁ ମଝିରେ ଛୁରାମାଡ଼ କଲେ ଦୁର୍ବୃତ୍ତ। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା କଳମ୍ବ ଆନ୍ତରପଡାରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତାବକ, କରଡାବାଡି ଓ ଶଙ୍କୁରୁ ପଞ୍ଚାୟତରେ କାର୍ଯ୍ୟରତ ଜିଆର୍‌ଏସ୍‌ ସୁକାନ୍ତ ପାଣିଗ୍ରାହୀ ଆଜି ବାଇକ୍‌ ଯୋଗେ ନିଜ ଗାଁ କଳମ୍ବରୁ ବୁଗୁଡା ବ୍ଲକ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ତାଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ତାଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି। କେବଳ ସେତିକି ନୁହେଁ ଛୁରାମାଡ଼ ଯୋଗୁ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ଘଟଣା ପରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ତେବେ କିଏ ଓ କାହିଁକି ଜିଆର୍‌ଏସ୍‌ଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ମନରେଗା କାର୍ଯ୍ୟର ବିଲକୁ ନେଇ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛିl

Advertisment
Attack On GRS Knife Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe