/odisha-reporter/media/post_attachments/uploadimage/library/16_9/16_9_0/Jail_1734612930.jpg)
Jail
ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲଦାର ସୁବ୍ରତ କୁମାର ବେହେରାଙ୍କୁ ଆଜି ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ବଲାଙ୍ଗିର ଭିଜିଲାନ୍ସ କୋର୍ଟ। ତା’ସହିତ ତାଙ୍କୁ ୩୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
୨୦୧୮ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ତରଭାର ତହସିଲଦାର ତଥା ସବ୍ରେଜିଷ୍ଟ୍ରାର ଥିବା ସମୟରେ ସୁବ୍ରତ କୁମାର ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ସେହି ମାମଲାରେ ତାଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜଶିଟ୍ ଦାଖଲ କରିଥିଲା ଓ ଭିଜିଲାନ୍ସ କୋର୍ଟରେ ଏହାର ବିଚାର ଚାଲିଥିଲା।
ଜଣେ ବ୍ୟକ୍ତି ତାଙ୍କ ଜମି ବିକ୍ରି କରିବାକୁ ଚାହୁଁଥିବା ବେଳେ ଏ ସଂପର୍କିତ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ପାଇଁ ସୁବ୍ରତ କୁମାର ବେହେରା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ତତ୍କାଳୀନ ତରଭା ତହସିଲଦାର ଶ୍ରୀ ବେହେରା।
ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ସୁବ୍ରତ କୁମାର ବେହେରାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜରେ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
