ମ୍ୟାଡାମଙ୍କୁ ମାଡ ମାରି ବାପା ଅଟକ || BDO Beaten Up By Father, Brother In Odisha || Odisha Reporter
ଝିଅ ଜଣେ ପ୍ରଶାସନିକ ଅଧିକାରିଣୀ, ତାଙ୍କୁ ନେଇ ବାପା-ଭାଇ ଗର୍ବ କରିବା କଥା କିନ୍ତୁ ଏମିତି ଅତର୍କିତ ତାଙ୍କୁ କାହିଁକି ଆକ୍ରମଣ କଲେ ? ଯଦିବି ଝିଅକୁ ମାଡ଼ ମାରିଲେ କିନ୍ତୁ ସାଙ୍ଗରେ ଥିବା ଆସିଷ୍ଟାଣ୍ଟ ଇଞ୍ଜନିୟରଙ୍କୁ କାହିଁକି ମାଡ଼ ମାରିଲେ ? ବାପ-ଝିଅଙ୍କ ଭିତରେ ପାରିବାରିକ ବିବାଦ ନା ରହିଛି ଅନ୍ୟ କିଛି ? ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ବ୍ଲକର ଆସିଷ୍ଟାଣ୍ଡ ଇଞ୍ଜିନିୟର ଅଭିଷେକ ପାଣିଗ୍ରାହୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ତାଙ୍କ ବାପା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜଙ୍କ ସହ ତାଙ୍କ ପରିବାର ବିବାଦ, ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସେପଟେ ବାପା-ଭାଇଙ୍କ ବିରୋଧରେ କୋଇଡ଼ା ଥାନାରେ ଅଭିଯୋଗ କରିଛନ୍ତି କୋଇଡ଼ା ବିଡିଓ। ବିଡିଓଙ୍କ ବାପା ଥାନାରେ ଅଟକଥିବା ବେଳେ ଭାଇ ଫେରାର ଥିବା କୁହାଯାଉଛି। ଯଦିଓ ବିଡିଓ ମ୍ୟାଡାମଙ୍କ ପ୍ରତିକ୍ରିୟା ମିଳିପାରିନି କିନ୍ତୁ ଆହାତ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଭିଷେକ ପାଣିଗ୍ରାହୀଙ୍କ ବାପା କୋଇଡ଼ା ଥାନାରେ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us