Advertisment

କୋଲକାତା ଟ୍ରେନି ଡାକ୍ତର ହତ୍ୟାକାଣ୍ଡ: ମର୍ଡର ପୂର୍ବରୁ କରାଯାଇଥିଲା ଦୁଷ୍କର୍ମ

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Students candle march

Students candle march

କୋଲାକାତାର ଜଣେ ପିଜି ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ମାମଲାର ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ତାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ସକାଳେ କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରୁ ଜଣେ ଯୁବତୀଙ୍କ ଅର୍ଦ୍ଧଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ସେ ସେହି ହସ୍ପିଟାଲର ପିଜି ଟ୍ରେନି ଡାକ୍ତରାଣୀ ବୋଲି ଜଣାପଡିଥିଲା। ମୃତକଙ୍କ ବାପା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଥିଲେ।

ଘଟଣାକୁ ନେଇ ମେଡିକାଲ କଲେଜରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଅନ୍ୟ ଛାତ୍ରଛାତ୍ରୀମାନେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଭିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ପୋଷ୍ଟମୋର୍ଟମର ପ୍ରାଥମିକ ରିପୋର୍ଟ ଆସିଛି। 

Advertisment

ରିପୋର୍ଟ ଅନୁସାରେ, ଯୁବତୀଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି। ତାଙ୍କ ଗୁପ୍ତାଙ୍ଗରୁ ରକ୍ତସ୍ରାବ ସହ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଛି। ଏପରିକି ତାଙ୍କ ବେକର ପଛଭାଗ ହାଡ ମଧ୍ୟ ଭାଙ୍ଗି ଯାଇଛି। ଦୁଷ୍କର୍ମ ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ୁଛି।

ପୁଲିସ କହିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତ ଜଣକ କଲେଜ କି ହସ୍ପିଷ୍ଟାଲର କୌଣସି ଷ୍ଟାଫ୍ ନୁହଁନ୍ତି। ସିସିଟିଭି ଫୁଟେଜ ଆଧାରରେ ତାଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଲାଗିବାକୁ ତାଙ୍କୁ ପ୍ରଥମେ ଅଟକ ରଖି ପଚରା ଉଚରା କରାଯାଉଥିଲା, ପରବର୍ତ୍ତୀ ସମୟରେ ଗିରଫ କରାଯାଇଛି। ସେ ଏହି ହତ୍ୟାକାଣ୍ଡ ସହ ସିଧାସଳଖ ଜଡ଼ିତ ଥିବା ଅନୁମାନ କରାଯାଉଛି।

ବର୍ତ୍ତମାନ ପୋଷ୍ଟମୋର୍ଟମର ପ୍ରାଥମିକ ରିପୋର୍ଟ ଆସିଛି। ସମ୍ପୂର୍ଣ୍ଣ ରିପୋର୍ଟକୁ ଅପେକ୍ଷା କରିଛୁ। ଏଥିରୁ ଦୋଷୀ ବିରୁଦ୍ଧରେ ପୂରା ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ପୁଲିସ କହିଛି। 

Murder Crime