Advertisment

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା; ଘର ଲୋକଙ୍କୁ କୁହାଯାଇଥିଲା- ଝିଅ ଆତ୍ମହତ୍ୟା କରିଛି

କୋଲକାତା ଜଘନ୍ୟ କାଣ୍ଡ ପଛରେ ହସ୍ପିଟାଲର ହାତ ଥିବା ନେଇ ଅଭିଯୋଗ ମଧ୍ୟରେ ମୃତ ଡାକ୍ତରଙ୍କ ବାପା ଓ ମାଆ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Students Protest

Students Protest

Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଭଳି ଜଘନ୍ୟ କାଣ୍ଡ ପଛରେ ହସ୍ପିଟାଲର ହାତ ଥିବା ନେଇ ଅଭିଯୋଗ ମଧ୍ୟରେ ମୃତ ଡାକ୍ତରଙ୍କ ବାପା ଓ ମାଆ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Advertisment

ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ଝିଅ ଆତ୍ମହତ୍ୟା କରିଛି ବୋଲି କୁହାଯାଇଥିବା ସେମାନେ କହିଛନ୍ତି। ଏପରିକି ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହ ଦେଖିବାକୁ ମଧ୍ୟ ଦେଇନଥିବା ମୃତ ଡାକ୍ତରଙ୍କ ମାଆ ଅଭିଯୋଗ କରିଛନ୍ତି।

ମୃତ ଡାକ୍ତରଙ୍କ ବାପା କହିଛନ୍ତି ଯେ, ଘଟଣା ଦିନ ତାଙ୍କ ପାଖକୁ ଛାତି ଔଷଧ ବିଭାଗର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କ ପାଖରୁ କଲ୍ ଯାଇଥିଲା। ସେ ତାଙ୍କୁ ଝିଅ ଆତ୍ମହତ୍ୟା କରିଥିବା କହିଥିଲେ। କିନ୍ତୁ ଯିଏ କଲ୍ କରିଥିଲେ ତାଙ୍କ ନାଁ କହିନଥିଲେ। 

Advertisment

"ଆମେ ଯାଇ ହସ୍ପିଟାଲରେ ଦେଖିବା ବେଳକୁ ଏକ ସେମିନାର ହଲରେ ଝିଅର ମୃତଦେହ ଥିଲା। ଶରୀରରେ ଏକାଧିକ କ୍ଷତଚିହ୍ନ ଏବଂ ରକ୍ତଦାଗ ବି ଲାଗିଥିଲା। ପୋଷ୍ଟମୋର୍ଟମରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଲୁ।"

ଏହାକୁ ନେଇ ମୃତ ଡାକ୍ତରଙ୍କ ବାପା ହସ୍ପିଟାଲ ଷ୍ଟାଫଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ଡାକ୍ତରଖାନା ପ୍ରଶାସନ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। 

ଅନ୍ୟପଟେ ଏହି ଏହି ଅଭିଯୋଗ ପରେ ପୁଲିସ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଏବଂ ଛାତି ଔଷଧ ବିଭାଗର ମୁଖ୍ୟଙ୍କୁ ସମନ ପଠାଇଛି। ସେମାନେ କାହିଁକି ପରିବାର ଲୋକଙ୍କୁ ମିଛ କହିଥିଲେ, ତାର ତଦନ୍ତ କରାଯିବ। ସେପଟେ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଛି। କୋଲକାତା ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବା ସହ ମାମଲାର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। 

Kolkata Doctor Murder Case Crime Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe