Advertisment

କୋଲକାତା ହରର: ନିଜକୁ ପୁଲିସ ଭାବେ ଦର୍ଶାଉଥିଲା, ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ କହିଲା

ପୁଲିସକୁ ସହାୟତା କରିବା ପାଇଁ ସେମାନଙ୍କୁ ମୁତୟନ କରାଯାଏ। ଟ୍ରାଫିକ ମ୍ୟାନେଜମେଣ୍ଟ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସାଧାରଣତଃ ସେମାନେ ସାମିଲ ହୁଅନ୍ତି।

Kolkata

Kolkata

Advertisment

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଗିରଫ ସଞ୍ଜୟ ରୟକୁ ନେଇ ବଡ଼ ଖବର ଆସିଛି। ସେ ହସ୍ପିଟାଲର କର୍ମଚାରୀ ନୁହେଁ, କିନ୍ତୁ ସେ ନିୟମିତ ହସ୍ପିଟାଲ ବିଲଡିଂ ଭିତରେ ଦେଖାଯାଏ। ସଞ୍ଜୟ କୋଲକାତା ପୁଲିସ୍‌ ସହ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲା। ସିଭିକ ସ୍ୱେଚ୍ଛାସେବୀମାନେ ହେଉଛନ୍ତି ଠିକା କର୍ମଚାରୀ।

Advertisment

ପୁଲିସକୁ ସହାୟତା କରିବା ପାଇଁ ସେମାନଙ୍କୁ ମୁତୟନ କରାଯାଏ। ଟ୍ରାଫିକ ମ୍ୟାନେଜମେଣ୍ଟ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସାଧାରଣତଃ ସେମାନେ ସାମିଲ ହୁଅନ୍ତି। ସେମାନଙ୍କୁ ମାସିକ ୧୨ ହଜାର ଟଙ୍କା ମିଳେ। ନିୟମିତ ପୁଲିସ୍‌ କର୍ମଚାରୀଙ୍କ ଭଳି ସେମାନଙ୍କୁ କୌଣସି ସୁବିଧାସୁଯୋଗ ମିଳେ ନାହିଁ।

ସଞ୍ଜୟ ରୟ କୋଲକାତା ପୁଲିସ୍‌ର ବିପର୍ଯ୍ୟୟ ପରିଚାଳନା ଗ୍ରୁପରେ ଜଣେ ସ୍ୱେଚ୍ଛାସେବୀ ଭାବେ ୨୦୧୯ରେ ଯୋଗ ଦେଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ପୁଲିସ୍‌ କଲ୍ୟାଣକାରୀ ସେଲକୁ ବଦଳି ହୋଇଥିଲା। ଏହାପରେ ସେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଥିବା ପୁଲିସ୍‌ ଆଉଟ ପୋଷ୍ଟରେ ମୁତୟନ ହୋଇଥିଲା। ଆଉଟ ପୋଷ୍ଟରେ ଥିବାରୁ ସେ ହସ୍ପିଟାଲର ସବୁ ବିଭାଗକୁ ବେଶ ଅନାୟଶରେ ଯାତାୟାତ କରୁଥିଲା।

Advertisment

ରିପୋର୍ଟ ଅନୁସାରେ, ହସ୍ପିଟାଲରେ ଆଡମିସନକୁ ନିଶ୍ଚିତ କରିବା ପାଇଁ ରୋଗୀଙ୍କ ଠାରୁ ଟଙ୍କା ନେଉଥିବା ରାକେଟରେ ସଞ୍ଜୟ ରହିଥିଲା। ସରକାରୀ ହସ୍ପିଟାଲରେ ବେଡ ନ ମିଳିଲେ ସେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସ୍ଥାନୀୟ ନର୍ସିଂ ହୋମକୁ ମଧ୍ୟ ପଠାଉଥିଲା। ସେ ପୁଲିସ୍‌ ହୋଇ ନଥିଲେ ମଧ୍ୟ ନିଜକୁ ସବୁବେଳେ କୋଲକାତାର ନିୟମିତ ପୁଲିସ୍‌ ଭାବେ ଚିତ୍ରଣ କରୁଥିଲା।

ସେ ପୁଲିସ୍‌ ବାରାକରେ ବି ରହୁଥିଲା। ସେ ପିନ୍ଧୁଥିବା ଟି-ଶାର୍ଟରେ କେପି ବା କୋଲକାତା ପୁଲିସ୍‌ର ଲୋଗୋ ରହୁଥିଲା। ସେ ନିଜକୁ ସବୁବେଳେ କୋଲକାତା ପୁଲିସ୍‌ କହିଥାଏ। ତା’ ବାଇକରେ ମଧ୍ୟ କେପି ଲୋଗୋ ଲାଗିଛି। ସମସ୍ତେ ତାକୁ ନିୟମିତ ପୁଲିସ୍‌ କର୍ମଚାରୀ ଭାବେ ଚିହ୍ନିଥିଲେ।

କୋଲକାତା ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଜେରା କରିବା ମାତ୍ରେ ସେ ତା’ର ଅପରାଧକୁ ସ୍ୱୀକାର କରି ନେଇଥିଲା। ସେ କୌଣସି ପଶ୍ଚାତାପ କରି ନଥିଲେ। ବେଧଡ଼କ ଅନ୍ଦାଜରେ କହିଥିଲା, “ଯଦି ଚାହୁଁଛ ମୋତେ ଫାଶୀ ଖୁଣ୍ଟରେ ଝୁଲାଇ ଦିଏ।”

ତା’ ମୋବାଲ ଫୋନରଆ ଅନେକ ଅଶ୍ଳୀଳ ଭିଡିଓ ରହିଛି। ଘଟଣା ଦିନ ରାତିରେ ମଧ୍ୟ ସେ ପ୍ରଚୁର ମଦ ପିଇ ଅଶ୍ଳୀଳ ଭିଡିଓ ସବୁ ଦେଖିଥିଲା। ଏହାପରେ ହସ୍ପିଟାଲର ସେମିନାର ହଲକୁ ଯାଇ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ମାରି ଦେଇଥିଲା।

Kolkata Police Kolkata Doctor Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe