Advertisment

ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଶାଳୀକୁ ତିନିଖଣ୍ଡ କରିଦେଲା ଭିଣୋଇ

ଶାଳୀକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତିନି ଖଣ୍ଡ କରି କାଟି ଦେଲା ଅଭିଯୁକ୍ତ ଭିଣୋଇ ଅତିଉର ରେହମାନ ଲସ୍କର। ଅଳିଆ ଗଦାରୁ ମହିଳାଙ୍କ କଟା ମୁଣ୍ଡ ମିଳିବାର ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ବାନ୍ଧିଛି ପୁଲିସ।

Kolkata Crime

Kolkata Crime

Advertisment

ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଶାଳୀକୁ ତିନିଖଣ୍ଡ କରି କାଟିଦେଲା ଭିଣୋଇ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏଭଳି ଏକ ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଦକ୍ଷିଣ କୋଲକାତାର ଟଲିଗଞ୍ଜ ଅଞ୍ଚଳରେ ଥିବା ଏକ ଅଳିଆ ଗଦାରୁ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଥିଲା। ପୁଲିସ ତୁରନ୍ତ ମାମଲାର ତଦନ୍ତ ଆରମ୍ଭ କରି ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ବାନ୍ଧିଛି।

Advertisment

ପୁଲିସର ସୂଚନା ଅନୁସାରେ, ମହିଳାଙ୍କୁ ନିଜ ଭିଣୋଇ ହତ୍ୟା କରିଛି। ଶାଳୀକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଅଭିଯୁକ୍ତ ଅତିଉର ରେହମାନ ଲସ୍କର ଏଭଳି କାଣ୍ଡ ଭିଆଇଥିବା ନିଜେ ସ୍ୱୀକାର କରିଛି। ସ୍ଥାନୀୟ ଡିସିପି ବିଦିଶା କଲିତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ଶୁକ୍ରବାର ଦିନ ଗ୍ରାହମ ରୋଡ ନିକଟରେ ଥିବା ଏକ ଅଳିଆ ଗଦାରୁ ମହିଳାଙ୍କ କଟା ମୁଣ୍ଡ ମିଳିଥିଲା। ଏହା ପରଦିନ, ଅର୍ଥାତ ଶନିବାର ଦିନ ରିଜେଣ୍ଟ ପାର୍କ ଅଞ୍ଚଳରେ ଥିବା ଏକ ପୋଖରୀ ନିକଟରୁ ଦୁଇଖଣ୍ଡ ହୋଇ ପଡ଼ିଥିବା ତାଙ୍କ ମୃତଦେହ ମିଳିଥିଲା।

ପୀଡିତା ଦୁଇ ବର୍ଷ ହେବ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ରିଜେଣ୍ଟ ପାର୍କରେ ଘରୋଇ ସହାୟିକା ଭାବରେ କାର୍ଯ୍ୟ କରୁଥିଲେ। ସେ ଟଲିଗଞ୍ଜରେ କାମ କରୁଥିବା ନିଜ ସମ୍ପର୍କୀୟ ଭିଣୋଇ ଲସ୍କରଙ୍କ ସହ ପ୍ରତିଦିନ କାମ କରିବାକୁ ଯାଉଥିଲେ। ଡିସିପି କହିଛନ୍ତି ଯେ ଅଭିଯୁକ୍ତ ଲସ୍କର ମହିଳାଙ୍କୁ ପ୍ରେମ ନିବେଦନ କରିଥିଲା। ହେଲେ ମହିଳା ତାଙ୍କ ପ୍ରସ୍ତାବକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ଫଳରେ ଲସ୍କର ମୁଣ୍ଡକୁ ଚଢ଼ିଥିଲା ରାଗ। ଏକ ସପ୍ତାହ ପୂର୍ବରୁ, ମହିଳା ଜଣକ ଅଭିଯୁକ୍ତଠାରୁ ଦୂରତା ବଜାୟ ରଖିବା ଆରମ୍ଭ କରିଥିଲେ, ଯାହା ତାକୁ ଆହୁରି କ୍ରୋଧିତ କରିଥିଲା।

Advertisment

ଗୁରୁବାର ସନ୍ଧ୍ୟାରେ ସେ କାମରୁ ଫେରିବା ପରେ ମହିଳାଙ୍କୁ ଏକ ନିର୍ମାଣାଧୀନ କୋଠାକୁ ବାଧ୍ୟ କରି ନେଇଯାଇଥିଲା ଅଭିଯୁକ୍ତ। ସେଠାରେ ତାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ସେ ମୃତଦେହକୁ ତିନି ଖଣ୍ଡ କରି କାଟି ଫିଙ୍ଗି ଦେଇଥିଲା ବୋଲି ଡିସିପି କହିଛନ୍ତି। ଏହି ମାମଲାରେ ଅନ୍ୟ ଲୋକଙ୍କ ସମ୍ଭାବ୍ୟ ସମ୍ପୃକ୍ତି ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି।

Murder West Bengal Crime Man Murdered Sister In Law
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe