Advertisment

ହତ୍ୟା କରି ଜୁଇକୁ ଫିଙ୍ଗିଦେବା ମାମଲାରେ ୫ ଗିରଫ

ଆଦିବାସୀ ରୀତିନୀତିରେ ଦଶଙ୍କ ଜୁଇରେ ଲାଗିଥିଲା ନିଆଁ। ଆଖି ସାମ୍ନାରେ ହୁତୁହୁତ ହୋଇ ଜଳିଲା ଦଶଙ୍କ ଜୁଇ। ଠିକ୍‌ ସେତିକି ବେଳେ ଜୁଇଠାରୁ ଅଳ୍ପ ଦୂରରେ ଶିବ ବସି ମଦ ପିଉଥିଲେ। ଏହା ଦେଖି ମାଲ ଭାଇମାନେ ତାତି ଯାଇଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ଶ୍ମଶାନରେ ଜଳୁଥିବା ଜୁଇକୁ ଆଉ ଜଣଙ୍କୁ ମାରି ଫିଙ୍ଗିଦେବା ଘଟଣାରେ ପର୍ଦ୍ଦାଫାସ ହୋଇଛି। କୋରାପୁଟ୍‌ ପୁଲିସ୍‌ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣିଗାରେଡି ସନ୍ଦେହରେ ହୋଇଥିଲା ବୀଭତ୍ସ ହତ୍ୟାକାଣ୍ଡ। ଆଜି ଏନେଇ ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର ଏସ୍‌ଡିପିଓ।

Advertisment

ବନ୍ଧୁଗାଁ ଥାନା ଝାରପା ଗାଁର ଦଶ ମିନ୍ୟାକା ଦୀର୍ଘ ଦିନ ଧରି ଟିବି ରୋଗରେ ପୀଡ଼ିତ ଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ଦଶଙ୍କ ମୃତ୍ୟୁକୁ ପରିବାର ଲୋକ ଓ ଗାଁ ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଏଥିପାଇଁ ସେହି ଗାଁର ଶିବ ମିନ୍ୟାକାଙ୍କୁ ସନ୍ଦେହ କରିଥିଲେ। ଶିବ ଗୁଣିଗାରେଡି କରିଥିବାରୁ ଦଶଙ୍କୁ ମୃତ୍ୟୁ କରିଥିବା ଅଭିଯୋଗ ହୋଇଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସନ୍ଧ୍ୟା ବେଳେ ଦଶଙ୍କ ମୃତଦେହ ଉଠିଥିଲା। ଗାଁର ମାଲ ଭାଇମାନେ ଦଶଙ୍କ ମୃତଦେହ ଶ୍ମଶାନକୁ ନେଇଥିଲେ। ଆଦିବାସୀ ରୀତିନୀତିରେ ଦଶଙ୍କ ଜୁଇରେ ଲାଗିଥିଲା ନିଆଁ। ଆଖି ସାମ୍ନାରେ ହୁତୁହୁତ ହୋଇ ଜଳିଲା ଦଶଙ୍କ ଜୁଇ। ଠିକ୍‌ ସେତିକି ବେଳେ ଜୁଇଠାରୁ ଅଳ୍ପ ଦୂରରେ ଶିବ ବସି ମଦ ପିଉଥିଲେ। ଏହା ଦେଖି ମାଲ ଭାଇମାନେ ତାତି ଯାଇଥିଲେ। ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ପରେ ଜଳୁଥିବା ଦଶଙ୍କ ଜୁଇରେ ଶିବଙ୍କ ମୃତଦେହ ଫିଙ୍ଗି ଦେଇଥିଲେ। ତା’ପରେ କାଠ ଲଦି ଦେଇଥିଲେ। ରାତିର ଅନ୍ଧକାର ଭିତରେ ଚାହୁଁଚାହୁଁ ଗୋଟିଏ ଜୁଇରେ ଜଳିଗଲେ ଦଶ ଓ ଶିବଙ୍କ ମୃତଦେହ।

Advertisment

ବିଳମ୍ୱିତ ରାତିରେ ମାଲ ଭାଇମାନେ ଘରକୁ ଫେରିଥିଲେ। ଶିବଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ। ଘଟଣା ସମ୍ପର୍କରେ ପୁଲିସ୍‌କୁ କହିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ପରିବାର ଲୋକ କାହା ପାଖରେ ମୁହଁ ଖୋଲିନଥିଲେ। ହେଲେ ସୋମବାର ସକାଳେ ଘଟଣା ପ୍ରଘଟ ହୋଇଯାଇଥିଲା। ଏହା ପରେ ଗାଁରେ ପହଞ୍ଚିଥିଲା ବନ୍ଧୁଗାଁ ଥାନା ପୁଲିସ୍‌। ଆଉ ସାଥୀରେ ଆସିଥିଲେ ସାଇଣ୍ଟିଫିକ୍‌ ଟିମ୍‌। ଶିବଙ୍କୁ କିଏ ହତ୍ୟା କଲା? କାହିଁକି ହତ୍ୟା କରାଗଲା? କେଉଁ ସ୍ଥାନରେ ତାକୁ ପୋଡ଼ି ଦିଆଗଲା? ଏମିତି କେତେକଣ ପ୍ରଶ୍ନ ଗାଁ ଲୋକଙ୍କୁ ପଚାରିଥିଲା ପୁଲିସ୍‌।

ଭୟରେ ଲୋକମାନେ ପ୍ରଥମେ ଚୁପ୍‌ ରହିଥିଲେ। ହେଲେ ପରବର୍ତ୍ତୀ ସମୟରେ ପୁଲିସ୍‌ର ଗାଁ ଲୋକଙ୍କଠାରୁ କଥା ଆଦାୟ କରିଥିଲା। ଆଉ ହତ୍ୟାର ପୂରା କାହାଣୀ ଜାଣିଥିଲା। ତା’ପରେ ଫିଟିଥିଲା ଶିବ ହତ୍ୟାର ଗୁମର। ଏହି ମାମଲାରେ ଜାଗିଲି ମିଣିଆକା, ରୁପା ମିଣିଆକା, କାସାରି ମିଣିଆକା, ଡୁମ୍ବୁରି ମିଣିଆକା ଓ ଜାଗା ମିଣିଆକାଙ୍କୁ ଗିରଫ କରିଥିଲା। ଏପରିକି ହତ୍ୟାରେ ବ୍ୟବହୃତ ଏକ ଠେଙ୍ଗାକୁ ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର ଏସ୍‌ଡିପିଓ ମନବ୍ରତ ଶତପଥୀ।

ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧର ଖରା

Crime Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe