Advertisment

ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିଲେ ସାର୍‌, ବାନ୍ଧିଲା ପୁଲିସ

ସୁବର୍ଣ୍ଣପୁର ଜିଲ୍ଲା ମାଣିକା ଗାଁର ନୀଳାମ୍ବର ସେଠୀ। ସେ ୨୦୧୧ ମସିହାରେ ଶିକ୍ଷା ସହାୟକ ଭାବେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଭେଜା ଗାଁ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ।

Teacher

Teacher

Advertisment

ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିଲେ ସାର୍‌। ଏବେ ଧରା ପଡ଼ି ଜେଲ୍‌ ଗଲେ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଅସିଛି ଏପରି ଅଭିଯୋଗ। ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ନକଲି ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

Advertisment

ସୁବର୍ଣ୍ଣପୁର ଜିଲ୍ଲା ମାଣିକା ଗାଁର ନୀଳାମ୍ବର ସେଠୀ। ସେ ୨୦୧୧ ମସିହାରେ ଶିକ୍ଷା ସହାୟକ ଭାବେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଭେଜା ଗାଁ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ସେହି ସମୟରେ ଶିକ୍ଷକ ଜଣକ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ସିଟି ଓ ବିଇଡି କରିଥିବା ଜାଲ ପ୍ରମାଣପତ୍ର ଦାଖଲ କରିଥିଲେ। ଶ୍ରୀ ସେଠୀ ୨୦୧୧ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଚାକିରି କରୁଥିଲେ ଓ ନିୟମିତ ଦରମା ପାଉଥିଲେ।

ତେବେ ୨୦୧୯ ମସିହାରୁ ସେ ବିଦ୍ୟାଳୟକୁ ଆସୁନଥିଲେ। ସାର୍ଟିଫିକେଟ ଯାଞ୍ଚ କରିବାରୁ ଜାଲ ବୋଲି ଜଣାପଡ଼ିଥିଲା। ଏହା ପରେ ନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ନନ୍ଦପୁର ଅଞ୍ଚଳରୁ ସହକାରୀ ଶିକ୍ଷକ ନୀଳାମ୍ବର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର।

Advertisment

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Fake Teacher Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe