Advertisment

ବୋଲେରୋ ଛାତରେ ସ୍ୱତନ୍ତ୍ର ଚାମ୍ୱର, ସେଥିରେ ଥିଲା...

ଆଜି ସକାଳେ ପାଡୁଆ ଥାନା ହାଟଗୁଡ଼ାରୁ ଗୋଟିଏ ବୋଲେରୋ ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ପଳାଇ ଯାଉଥିଲା। ପାଟ୍ରୋଲିଂ କରୁଥିବା ପୁଲିସ୍‌ ଉକ୍ତ ବୋଲେରୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଅଦ୍ୟତନ ହୋଇଛି
Koraput

Koraput

Advertisment

ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। ବୋଲେରୋ ଛାତ ତଳେ କରିଥିଲେ ସ୍ୱତନ୍ତ୍ର ଚାମ୍ୱର। ଆଉ ସେଥିରେ ଗଞ୍ଜେଇ ପୂରାଇ କରୁଥିଲେ ଗଞ୍ଜେଇ। ଏମିତି ଏକ ରାକେଟର ପର୍ଦ୍ଦାଫାସ କରିଛି କୋରାପୁଟ୍‌ ପୁଲିସ୍‌। ଏହି ମାମଲାରେ ପୁଲିସ ବୋଲେରୋ ଓ ଗଞ୍ଜେଇ ଜବତ କରିଛି।

Advertisment

ଆଜି ସକାଳେ ପାଡୁଆ ଥାନା ହାଟଗୁଡ଼ାରୁ ଗୋଟିଏ ବୋଲେରୋ ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ପଳାଇ ଯାଉଥିଲା। ପାଟ୍ରୋଲିଂ କରୁଥିବା ପୁଲିସ୍‌ ଉକ୍ତ ବୋଲେରୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଗଞ୍ଜେଇ ମାଫିଆମାନେ ପୁଲିସ୍‌କୁ ଦେଖି ବୋଲେରୋକୁ ଛାଡ଼ି ଚମ୍ପଟ ମାରିଥିଲେ। ଏହା ପରେ ପୁଲିସ୍‌ ଗାଡ଼ିଟିକୁ ଯାଞ୍ଚ କରିଥିଲା। କିନ୍ତୁ ଗଞ୍ଜେଇର ଗନ୍ଧ ବାସନା କିଛି ପାଇନଥିଲା।

ପାଡୁଆ ଥାନା ପୁଲିସ ବୋଲେରୋକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲା। ସେହି ସମୟରେ ବୋଲେରୋ ଛତ ତଳେ ସ୍ୱତନ୍ତ୍ର ଚାମ୍ୱର ହୋଇଥିବା ଜାଣିବାକୁ ପାଇଥିଲା। ପରେ ଛାତକୁ କାଢ଼ିଲା। ଛାତ ତଳେ ବିଡ଼ା ବିଡ଼ା ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ବୋଲେରୋ ଓ ୧୦୪ କେଜି ଗଂଜେଇ ଜବତ କରିଛି ପୁଲିସ୍‌। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଜଣାପଡ଼ିଛି। ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ-ଲମତାପୁଟରୁ ଜଗତ ଜୀବନ

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe