Advertisment

ଅଟୋ ଛାତରେ ଥିବା ଚ୍ୟାମ୍ୱରରୁ ମିଳିଲା ପ୍ୟାକେଟ୍‌ ପ୍ୟାକେଟ୍‌ ଗଞ୍ଜେଇ

ଆନ୍ଧ୍ରପ୍ରଦେଶ ନମ୍ବର ପ୍ଲେଟ୍‌ ଥିବା ଏକ ଯାତ୍ରୀବାହୀ ଅଟୋ ଦ୍ରୁତ ଗତିରେ ଆସୁଥିଲା। ପୂର୍ବ ଯୋଜନା ମୁତାବକ ନନ୍ଦପୁର ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଲମତାପୁଟ ଓ ନନ୍ଦପୁର ଥାନା ପୁଲିସ ନାକାବନ୍ଦୀ କରି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Koraput

Koraput

ଯାତ୍ରୀବାହୀ ଅଟୋ କ୍ୟାପିନ୍‌ ଉପରେ ପଡ଼ିଥିଲା ପଲିଥିନ୍‌। ଆଉ ତା’ ତଳେ ହୋଇଥିଲା ଗୁପ୍ତ ଚ୍ୟାମ୍ୱର। ସେହି ଚ୍ୟାମ୍ୱରରେ ଥିଲା ପ୍ୟାକେଟ୍‌ ପ୍ୟାକେଟ୍‌ ଗଞ୍ଜେଇ। କୋରାପୁଟ୍‌ ପୁଲିସ ଆଜି ଏପରି ଏକ ଅଟୋକୁ ଜବତ କରିଛି।

Advertisment

ଆନ୍ଧ୍ରପ୍ରଦେଶ ନମ୍ବର ପ୍ଲେଟ୍‌ ଥିବା ଏକ ଯାତ୍ରୀବାହୀ ଅଟୋ ଦ୍ରୁତ ଗତିରେ ଆସୁଥିଲା। ପୂର୍ବ ଯୋଜନା ମୁତାବକ ନନ୍ଦପୁର ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଲମତାପୁଟ ଓ ନନ୍ଦପୁର ଥାନା ପୁଲିସ ନାକାବନ୍ଦୀ କରି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ଗଞ୍ଜେଇ ମାଫିଆମାନେ ରାସ୍ତାରେ ଅଟୋ ଛାଡ଼ି ପଳାଇ ଯାଇଥିଲେ। ପୁଲିସ୍‌ ଅଟୋଟିକୁ ଯାଞ୍ଚ କରିଥିଲା। ହେଲେ ଅଟୋରୁ କିଛି ପାଇନଥିଲା। ପରେ ଅଟୋଟିକୁ ଲମତାପୁଟ ଥାନକୁ ନେଇଥିଲା ପୁଲିସ୍‌।

ସେଠାରେ ଅଟୋଟିକୁ ଆଉ ଥରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ମିଳିଥିଲା ଗଞ୍ଜେଇ। ଯାତ୍ରୀବାହୀ ଅଟୋର ଛାତରେ ପଡ଼ିଥିବା ପଲିଥିନ୍‌ ତଳେ ଚ୍ୟାମ୍ୱର କରାଯାଇଥିଲା। ଆଉ ସେହି ଚ୍ୟାମ୍ୱରରେ ଗଞ୍ଜେଇ ପ୍ୟାକେଟ୍‌କୁ ଥାକ ଥାକ କରି ରଖା ଯାଇଥିଲା। ପୁଲିସ ଗାଡ଼ିରୁ ୯୦ କେଜି ଗଞ୍ଜେଇ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ଜଣାପଡିଛି। ଗାଡି ନମ୍ବରକୁ ଆଧାର କରି ପୁଲିସ୍‌ ମାଲିକ ନାମରେ NDPS ମାମଲା ରୁଜୁ କରାଯାଇଛି।

Advertisment

ସେପଟେ ଅଟୋରୁ ଚମ୍ପଟ ମାରିଥିବା ଦୁଇ ଅଭିଯୁକ୍ତଙ୍କ ପତ୍ତା ପାଉନି ପୁଲିସ୍‌। ସେମାନଙ୍କୁ ଧରିବା ପାଇଁ ଖାନ୍‌ତଲାସି ଚଳାଇଛି।

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Crime Koraput