Advertisment

ରାତି ଅଧରେ କାର ଛାଡ଼ି ଚମ୍ପଟ ମାରିଲେ ଗଞ୍ଜେଇ ମାଫିଆ

ପୁଲିସ୍‌ କାର ଯାଞ୍ଚ କରିବାରୁ ଗଞ୍ଜେଇ ବାହାରିଥିଲା। କାର ଭିତରୁ ୧୦୪ କେଜି ୭୦୦ ଗ୍ରାମ ଗଂଜେଇ ବାହାରିଥିଲା। ଯାହାର ଅନାମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ପୁଲିସ୍‌ ଅନୁମାନ କରୁଛି। ପୁଲିସ ଗଞ୍ଜେଇ ଓ କାର ଜବତ କରି ଘଟଣାର ତଦନ୍ତ ଚଳାଇଛି।

author-image
Manoranjan Sial
Koraput

Koraput

ରାତି ଅଧରେ ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ। ହେଲେ ପାଟ୍ରୋଲିଂ କରୁଥିବା ପୁଲିସ୍‌ ହାବୁଡ଼ରେ ପଡ଼ିଯାଇଥିଲେ। ପୁଲିସ୍‌ ହାତରେ ଧରା ପଡ଼ିଯିବା ଭୟରେ ଅନ୍ଧକାର ରାତିରେ ଗାଡ଼ି ଛାଡ଼ି ଚମ୍ପଟ ମାରିଲେ ଗଞ୍ଜେଇ ମାଫିଆ। ଏପରି ଅଭିଯୋଗ କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଆସିଛି।

Advertisment

ସୋମବାର ରାତିରେ ମାଛକୁଣ୍ଡ ଥାନା ଜଲାପୁଟ ଫାଣ୍ଡି ଅଞ୍ଚଳରେ ପୁଲିସ୍‌ ପାଟ୍ରୋଲିଂ କରୁଥିଲା। ଠିକ୍‌ ସେହି ସମୟରେ ପଡ଼ୋଶୀ ଆନ୍ଦ୍ରପ୍ରଦେଶ ସୀମାରୁ ଗୋଟିଏ କାର୍‌ ଦ୍ରୁତ ଗତିରେ ମାଡ଼ି ଆସୁଥିଲା। ଏହା ଦେଖି ପୁଲିସ୍‌ କାର୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର କାର୍‌ଟି ଅଟକିନଥିଲା। ପୁଲିସ କାର୍‌କୁ ପିଛା କରିଥିଲା। ଗଞ୍ଜେଇ ମାଫିଆମାନେ ଜଲାପୁଟ ନିକଟସ୍ଥ ଖେମୁଣ୍ଡୁ ଗୁଡା ଗାଁ ପାଖରେ କାର ଛାଡି ଫେରାର ହୋଇଯାଇଥିଲେ।

ପୁଲିସ୍‌ କାର ଯାଞ୍ଚ କରିବାରୁ ଗଞ୍ଜେଇ ବାହାରିଥିଲା। କାର ଭିତରୁ ୧୦୪ କେଜି ୭୦୦ ଗ୍ରାମ ଗଂଜେଇ ବାହାରିଥିଲା। ଯାହାର ଅନାମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ପୁଲିସ୍‌ ଅନୁମାନ କରୁଛି। ପୁଲିସ ଗଞ୍ଜେଇ ଓ କାର ଜବତ କରି ଘଟଣାର ତଦନ୍ତ ଚଳାଇଛି। କାର୍‌ ଛାଡ଼ି ଚମ୍ପଟ ମାରିଥିବା ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି।

Advertisment

ରିପୋର୍ଟ-ଲମତାପୁଟରୁ ଜଗତ ଜୀବନ

Koraput