Advertisment

କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୮ ଜୀବନ

ଜଣେ ୧୭ ବର୍ଷୀୟ ବିହାରର ଛାତ୍ର ଏପରି ଚରମ ପଦକ୍ଷେପ ନେଇ ନିଜ ଜୀବନ ହାରିଛନ୍ତି।

ଅଦ୍ୟତନ ହୋଇଛି
Coaching

Coaching

Advertisment

ରାଜସ୍ଥାନର କୋଟାରୁ ପୁଣି ଆସିଛି ଏକ ଛାତିଥରେ ଘଟଣା। ମେଡିକାଲ ପାଇଁ କୋଚିଂ ନେଉଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ଝୁଲି ପଡ଼ିଥିବା ଖବର ଲୋକଙ୍କ ମନରୁ ନ ଲିଭୁଣି ପୁଣି ଥରେ ଘଟିଛି ସମାନ ଘଟଣା। ଏଥର ଜଣେ ୧୭ ବର୍ଷୀୟ ବିହାରର ଛାତ୍ର ଏପରି ଚରମ ପଦକ୍ଷେପ ନେଇ ନିଜ ଜୀବନ ହାରିଛନ୍ତି। ମୃତ ଛାତ୍ରଙ୍କ ନାମ ଭାର୍ଗବ ମିଶ୍ରା ବୋଲି ଜଣାଯାଇଛି।

Advertisment

ଇଞ୍ଜିନିୟରିଂ କୋଚିଂ ନେବାକୁ ମାତ୍ର ୪ ମାସ ହେବ ଭାର୍ଗବ କୋଟା ଆସିଥିଲା। ଗତକାଲି ଭାର୍ଗବଙ୍କ ପିତା ତାଙ୍କୁ ବାରମ୍ବାର ଫୋନ୍‌ କରିଥିବା ବେଳେ ସେ ଫୋନ୍‌ ଉଠାଇ ନ ଥିଲେ। ଏହାପରେ ସେ ଘର ମାଲିକଙ୍କୁ ଫୋନ୍‌ କରିଥିଲେ। ମାଲିକ ପହଞ୍ଚି ଝରକାରେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ରୁମ୍‌ ଭିତରେ ଭାର୍ଗବଙ୍କ ମୃତଦେହ ଝୁଲୁଥିଲା।

ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ପଠାଇଛି। ଏନେଇ ଭାର୍ଗବଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ପହଞ୍ଚିବା ପରେ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଭାର୍ଗବଙ୍କ ମିଶାଇ ଏଯାବତ କୋଟାରେ ୧୮ ଜଣ ଛାତ୍ର ନିଜ ଜୀବନ ହାରିଲେଣି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ବଢ଼ି ଚାଲିଥିବାରୁ ଏହାକୁ ନେଇ ଅଭିଭାବକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି ପିଲାମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତ ରଖିବାକୁ ବହୁ କୋଚିଂ ସେଣ୍ଟର ପକ୍ଷରୁ ମୋଟିଭେସନାଲ କାର୍ଯ୍ୟକ୍ରମ କରାଯାଉଛି। ଏଥିସହ ପୁଲିସ୍‌ ବି ବିଭିଦନ୍ନ ସମୟରେ ପିଲାମାନଙ୍କ କାଉନସେଲିଂ କରୁଛି। ଏହାପରେ ବି ଏହି ସଂଖ୍ୟା ନ କମିବା ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ଭାର୍ଗବ୍ୟଙ୍କ ପୂର୍ବରୁ ଉତ୍ତରପ୍ରଦେଶ ରାମପୁରର ମନଜୋତ ସିଂହ କୋଟାରେ ଜୀବନ ହାରିଛନ୍ତି। ସେ ମେଡିକାଲ୍ ପରୀକ୍ଷା ପ୍ରସ୍ତୁତ ହେବାକୁ ଗତ ଏପ୍ରିଲରୁ କୋଟାରେ ଏକ କୋଚିଂ ସେଣ୍ଟରରେ ରହୁଥିଲେ। ହେଲେ ୨ ଦିନ ପୂର୍ବେ ତାଙ୍କୁ ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। 

Suicide Student Suicide Kota Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe