Advertisment

କୋଟାରେ ପୁଣି ଘଟିଲା ଛାତିଥରା ଘଟଣା; ଝୁଲି ପଡ଼ିଲେ ଛାତ୍ର

ଜେଇଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି ଚଳାଇଥିବା ମନିଷ ପ୍ରାୟ ୬ ମାସ ହେବ ଘର ଛାଡ଼ି ଆସି କୋଟାରେ ରହିଥିଲେ। ସେଠାରେ ସେ ଏକ କୋଚିଂ ସେଣ୍ଟରରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।

Student

Student

Advertisment

ରାଜସ୍ଥାନର କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଥମିବା ନାଁ ଧରୁନି । ଗତ ସପ୍ତାହରେ ୨ ଛାତ୍ର ଏପରି ଚରମ ପଦକ୍ଷେପ ନେଇଥିବା ବେଳେ ଗତକାଲି ବି ଘଟିଛି ସମାନ ଘଟଣା। ବାପାମା’ଙ୍କ ସ୍ୱପ୍ନ ପୂରଣ କରିବାକୁ ଘର ଛାଡ଼ି ଆସି ଜେଇଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଆଉ ଜଣେ ଛାତ୍ର ନିଜ ଜୀବନ ହାରିଛନ୍ତି। ଏହି ଛାତ୍ରଜଣକ ହେଲେ ଉତ୍ତରପ୍ରଦେଶର ୧୭ ବର୍ଷ ବୟସ୍କ ମନିଷ ପ୍ରଜାପତ ।

Advertisment

ଜେଇଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି ଚଳାଇଥିବା ମନିଷ ପ୍ରାୟ ୬ ମାସ ହେବ ଘର ଛାଡ଼ି ଆସି କୋଟାରେ ରହିଥିଲେ। ସେଠାରେ ସେ ଏକ କୋଚିଂ ସେଣ୍ଟରରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।

ମାତ୍ର ଗତକାଲି ମନିଷ ଦୀର୍ଘ ସମୟ ନିଜ ରୁମ୍‌ କବାଟ ନ ଖୋଲିବାରୁ ତାଙ୍କ ସହପାଠୀ ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗି ମନିଷଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ପରିବାର ଲୋକଙ୍କୁ ସୂଚନା ଦେଇଛି। ମନିଷଙ୍କ ପରିବାର ଲୋକେ କୋଟାରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯିବ ।

ଗତ ସପ୍ତାହରେ କୋଟାରେ ମେଡିକାଲ କୋଚିଂ ନେଉଥିବା ଉତ୍ତରପ୍ରଦେଶର ଭାର୍ଗବ ମିଶ୍ରା ନାମକ ଛାତ୍ର ଆତ୍ମହହତ୍ୟା କରିଥିଲେ। ତାହାର କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶ ରାମପୁରର ମନଜୋତ ସିଂହ କୋଟାରେ ଜୀବନ ହାରିଥିଲେ। ଚଳିତ ବର୍ଷ ଏଯାଏ କୋଟାକୁ କୋଚିଂ ନେବା ଆଶାରେ ଯାଇ ୨୧ ଛାତ୍ର ଜୀବନ ହାରି ସାରିଥିବା ଜଣାଯାଇଛି।

କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଲଗାତର ଘଟି ଚାଲିଥିବା ବେଳେ ଏହାକୁ ନେଇ ଅଭିଭାବକମାନେ ଆଶଙ୍କାରେ ପଡ଼ି ଯାଇଛନ୍ତି। ପିଲାମାନଙ୍କ ସୁନେଲୀ ଭବିଷ୍ୟତ ପାଇଁ ସେମାନଙ୍କୁ ଦୂରକୁ ଛାଡ଼ୁଥିବା ବାପାମା’ଙ୍କ ମନରେ ଛନକା ପଶି ଯାଇଛି। ଅତ୍ୟଧିକ ପାଠ ପଢ଼ା ଚାପ ଯୋଗୁ ପିଲାମାନେ ଏପରି ଚରମ ପଦକ୍ଷେପ ନେଉଥିବା ଆଲୋଚନା ହେଉଥିବା ବେଳେ ଏହାର ସମାଧାନ ପାଇଁ ଉଠାଯାଉଥିବା ବିଭିନ୍ନ ପଦକ୍ଷେପ ଫଳପ୍ରଦ ହେବା ପରି ଲାଗି ନାହିଁ।

Police Kota Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe