Advertisment

'ୟା ପରେ ମୋ ପାଳି...' କହିଥିଲେ, ସତରେ ଝୁଲିପଡ଼ିଲେ

ଆଖି ଭିଜାଇ ଦେବା ଭଳି ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ମେଡିକାଲ୍ ଆଶାୟୀ ଛାତ୍ର। ସାଙ୍ଗଙ୍କୁ କହୁଥିଲେ 'ୟା ପରେ ମୋ ପାଳି...'

author-image
Debibandita Barick
ଅଦ୍ୟତନ ହୋଇଛି
Suicide Note Written By Died Student

Suicide Note Written By Died Student

'ଜନ୍ମଦିନର ଶୁଭେଚ୍ଛା ବାପା...ମୁଁ ମୋ ନିଜ ଇଚ୍ଛାରେ ଏସବୁ କରୁଛି...ଦୟାକରି ମୋ ନିଷ୍ପତ୍ତି ପାଇଁ ମୋ ପରିବାର ଲୋକ କିମ୍ବା ସାଙ୍ଗ-ସାଥୀଙ୍କୁ ସମସ୍ୟାରେ ପକାଇବନି... ସରୀ...' ଆଖି ଭିଜାଇ ଦେବା ଭଳି ଏପରି କେଇ ପଦ ନୋଟ୍ ଲେଖି ଜୀବନ ହାରି ଦେଇଛନ୍ତି ଜଣେ ମେଡିକାଲ୍ ଆଶାୟୀ ଛାତ୍ର। ଏଭଳି ହୃଦୟ ବିଦାରକ ଖବର ଆସିଛି ରାଜସ୍ଥାନ କୋଟାରୁ। 

Advertisment

ଉତ୍ତର ପ୍ରଦେଶ ରାମପୁରର ମନଜୋତ ସିଂହ କୋଟାକୁ ମେଡିକାଲ୍ ପରୀକ୍ଷା ପ୍ରସ୍ତୁତି ପାଇଁ ଆସିଥିଲେ। ଚଳିତ ବର୍ଷ ଅପ୍ରେଲରେ ସେ କୋଟାରେ ପହଞ୍ଚିବା ପରେ ଏକ କୋଚିଂ ସେଣ୍ଟରରେ ରହୁଥିଲେ। ମନଜୋତଙ୍କ ସହ ତାଙ୍କ ସ୍କୁଲ୍ ସାଙ୍ଗ ୩ ଜଣ ମଧ୍ୟ ଆସିଥିଲେ। ସେମାନେ ସମାନ ହଷ୍ଟେଲର ଆଲଗା ଅଲଗା କଠୋରୀରେ ରହୁଥିଲେ। ମନଜୋତଙ୍କ ସାଙ୍ଗଙ୍କ କହିବା ଅନୁସାରେ, ସେ ଜଣେ ମେଧାବୀ ଛାତ୍ର ଥିଲେ। ଯୁକ୍ତ ଦୁଇ ବିଜ୍ଞାନରେ ୯୩ ପ୍ରତିଶତ ମାର୍କ ରଖିଥିଲେ। ଖୁବ୍ ଭଲ ଏବଂ ମେଳାପୀ ସ୍ୱଭାବର ମଧ୍ୟ। କୋଚିଂ ସେଣ୍ଟର ରୁଟିନ୍ ପରୀକ୍ଷାରେ ବି ଭଲ ମାାର୍କ ରଖୁଥିଲେ। 

ତେବେ ହଠାତ୍ ଏପରି କଣ ହେଲା ଯେ ମନଜୋତ ଜୀବନ ହାରିଦେଲେ, ତା'ର କାରଣ, ପୁଲିସ ବି ଖୋଜି ପାଉନି। ପୁଲିସ କହିବା ଅନୁସାରେ, ଗୁରୁବାର ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମନଜୋତଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଦୁଇ ହାତ ପଛକୁ ବନ୍ଧା ହୋଇଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଏନେଇ ପୁଲିସକୁ ଖବର ଦେଇଥିଲେ। ପରିବାର ବର୍ଗ ନଆସିବା ପର୍ଯ୍ୟନ୍ତ ଶବ ରଖିଥିଲେ ହଷ୍ଟେଲ କର୍ତ୍ତୃପକ୍ଷ। ମନଜୋତଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କଣ ଏଯାଏଁ ଜଣାପଡିନି ବୋଲି ପୁଲିସ କହିଛି।     

Advertisment

ସୂଚନା ଅନୁସାରେ, କୋଟାରେ ଚଳିତ ବର୍ଷ ଏଜାବତ୍ ୧୮ ଜଣ ଛାତ୍ର ଆତ୍ମହତ୍ୟା କରି ସାରିଲେଣି। ମନଜୋତ ୧୯ ନଂ। ଗତ ବର୍ଷ ମଧ୍ୟ ୧୫ରୁ ଅଧିକ ଛାତ୍ର ଆତ୍ମହତ୍ୟା କରିଥିଲେ। ୨ ଲକ୍ଷରୁ ଅଧିକ ଛାତ୍ର କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ମେଡିକାଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଖବରକୁ ନେଇ ସାଙ୍ଗମାନେ ଆଲୋଚନା କରିବା ସମୟରେ 'ୟା ପରେ ମୋ ପାଳି...' ବୋଲି ବାରମ୍ବାର କହୁଥିଲେ ମନଜୋତ। ତେବେ ଏପରି କାହିଁକି କହୁଥିଲେ, ଏହା ପଛର କାରଣ କଣ ତାହା ଏକ ବଡ଼ ପ୍ରଶ୍ନ। ଅପରପକ୍ଷେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସତର୍କତା ଅବଲମ୍ୱନ କରିବାର ଆବଶ୍ୟକତା ରହିଛି।

Suicide Case Kota Student Suicide Suicide News In Kota