ରାଜସ୍ଥାନର କୋଟାରେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନି। କିଛି ଦିନର ବ୍ୟବଧାନ ପରେ ପୁଣି ଘଟିଲା ଅଘଟଣ । ଝୁଲି ପଡ଼ିଲେ ୨୦ ବର୍ଷୀୟ ନିଟ୍ ଆଶାୟୀ ଛାତ୍ର । ଏଯାବତ ଚଳିତ ବର୍ଷ କେବଳ ୨୮ ଛାତ୍ରଛାତ୍ରୀ କୋଟାରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି।
ମୃତ ଛାତ୍ରଜଣକ ଫୌରିଦ ହୁସେନ ଓ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି। ଗତକାଲି ଏହି ଅଘଟଣ ଘଟିଥିବା ବେଳେ ଏ ନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଫୌରିଦ କୋଟାରେ ନିଟ୍ ପାଇଁ କୋଚିଂ ନେଉଥିଲେ। ସେ ନିଜ ସାଙ୍ଗମାନଙ୍କ ସହ ରୁମ୍ ଭଡ଼ା ନେଇ ରହୁଥିଲେ। ଗତକାଲି ଅପରାହ୍ନ ୪ଟା ବେଳେ ଫୌରିଦଙ୍କୁ ତାଙ୍କ ସାଙ୍ଗମାନେ ଦେଖିଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି। ମାତ୍ର ସନ୍ଧ୍ୟା ୭ଟା ବେଳକୁ ସେ ଆଉ କବାଟ ଖୋଲି ନ ଥିଲେ ବି ଫୋନ୍ ଉଠାଇ ନ ଥିଲେ। ଏନେଇ ଫୌରିଦଙ୍କ ସହପାଠୀମାନେ ତୁରନ୍ତ ଘର ମାଲିକ ଓ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ପହଞ୍ଚି କବାଟ ଭାଙ୍ଗିବା ପରେ ଫୌରିଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
କୋଟାରେ ଛାତ୍ର ଆତ୍ମହତ୍ୟା ଥମିବା ନାଁ ଧରୁନି। ଏପରିକି ସବୁ କୋଚିଂ ସେଣ୍ଟରରେ ଥିବା ଫ୍ୟାନ୍ରେ ଆଣ୍ଟି-ହ୍ୟାଙ୍ଗିଗ ଡିଭାଇସ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ିବାରେ ଲାଗିଛି।
ଏହା ପୂର୍ବରୁ ଉତ୍ତର ପ୍ରଦେଶର ଜଣେ ନିଟ୍ ଆଶାୟୀ ଗତ ସେପ୍ଟେମ୍ବରରେ କୋଟାରେ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ମାତ୍ର ଦୁଇ ମାସର ବ୍ୟବଧାନ ପରେ ପୁଣି ଥରେ