Advertisment

ଶ୍ରମିକଙ୍କୁ ହତ୍ୟା କଲେ ଶ୍ରମିକ

ମୃତ ଶ୍ରମିକଙ୍କ ମୃତଦେହ ନିକଟରେ କାଠ ଫାଳିଆ, ମଦ ବୋତଲ ଓ ରୋଷେଇ ସାମଗ୍ରୀ ପଡ଼ିଛି।

police station

police station

Advertisment

ଜଣେ ଶ୍ରମିକଙ୍କୁ ଅନ୍ୟ ଶ୍ରମିକମାନେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ମୃତ ଶ୍ରମିକ ଜଣଙ୍କ ଘର ମୁମ୍ବାଇର ହୋଇଥିବା ଜଣାପଡ଼ିଛି। 

Advertisment

ମନମୁଣ୍ଡା ଥାନା କୁମାର କାନି ଗ୍ରାମର କଳସୀବୁଡ଼ା ଘାଟରେ ଏକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। ବାହାର ରାଜ୍ୟରେ ଶ୍ରମିକମାନେ ଆସି ଏହି ପାଣି ଟାଙ୍କିର ନିର୍ମାଣଧୀନ କାର୍ଯ୍ୟ କରୁଛନ୍ତି। ନିକଟରେ ଶ୍ରମିକମାନେ ଟେଣ୍ଟ ପକାଇ ରହି କାମ କରୁଛନ୍ତି। ମୃତ ଶ୍ରମିକ ଜଣଙ୍କ ମଧ୍ୟ ସେଠାରେ ରହୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ଭୋଜିଭାତ କରିଥିଲେ। ଭୋଜି ଭାତରେ କୌଣସି କଥାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଶ୍ରମିକମାନେ ଜଣେ ଶ୍ରମିକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପରେ ମୃତଦେହ ଉପରେ ଅଖା ବସ୍ତା ଘୋଡ଼ାଇ ଦେଇ ସବୁ ଶ୍ରମିକ ପଳାଇଛନ୍ତି। ଆଜି ସକାଳେ ସ୍ଥାନୀୟ ଲୋକେ ଶ୍ରମିକଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ମୃତ ଶ୍ରମିକଙ୍କ ମୃତଦେହ ନିକଟରେ କାଠ ଫାଳିଆ, ମଦ ବୋତଲ ଓ ରୋଷେଇ ସାମଗ୍ରୀ ପଡ଼ିଛି।

Advertisment
Murder Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe