Advertisment

ସ୍ତ୍ରୀ ଆଗରେ ସ୍ୱାମୀକୁ ମାରିଦେଲେ

ତେବେ ଗଗନଙ୍କୁ କାହିଁକି ଦୁର୍ବୃତ୍ତମାନେ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ।

author-image
Tapaswini Nayak
undefined

Murder

ସ୍ତ୍ରୀ ଆଗରେ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କୁ ପଥର ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ରୁପାବେଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଗନ ନାଏକ। ଗଗନଙ୍କୁ ପଥର ଛେଚି ଦୁର୍ବୃତ୍ତମାନେ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଗଗନ ଓ ତାଙ୍କ ସ୍ତ୍ରୀ କାମରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ କିଛି  ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। କାହିଁକି ଆମକୁ ଅଟକାଉଛ ବୋଲି ଗଗନ ଦୁର୍ବୃତ୍ତମାନଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଗଗନଙ୍କୁ ନିଧୂର୍ମ ମାଡ଼ ମାରିଥିଲେ। ପରେ ଏକ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଗଗନଙ୍କ ସ୍ତ୍ରୀ ଦୁର୍ବୃତ୍ତମାନଙ୍କୁ ଅଟକାଇବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଖବର ପାଇ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଗନ ଓ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗଗନଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଗଗନଙ୍କୁ କାହିଁକି ଦୁର୍ବୃତ୍ତମାନେ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Denkanal