Advertisment

ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡ଼ିଲେ ସାମ୍ୱାଦିକା; କହିଲେ- ସରି ମମି

ମଧୁମିତା ପରିଡ଼ା ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲ୍‌ରେ ଚାକିରି କରନ୍ତି। ଅସୁସ୍ଥତା ପାଇଁ ଆଜି ସେ ଅଫିସ୍‌ ଯାଇନଥିଲେ। ଅପରାହ୍ନରେ ସେ ନିଜ ରୁମ୍‌ରେ ଜୀବନର ଶେଷ ଭିଡିଓ ଶୁଟ୍‌ କରିଥିଲେ। ସେ ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଥିଲେ।

Madhumita

Madhumita

Advertisment

ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡିଲେ ସାମ୍ୱାଦିକ ମଧୁମିତା ପରିଡ଼ା। ନିଜର ଇନଷ୍ଟାଗ୍ରାମ୍‌ରେ ଜୀବନର ଶେଷ ଭିଡିଓ ଶେୟାର କରି କହିଲେ, ସରି ମମି। ମୋତେ କ୍ଷମା କରିଦେବୁ। ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି....। ନିଜ ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଜାଣିବା ପରେ ସାମ୍ୱାଦିକା ଜଣକ ଭିଡିଓ ଜାରି କରି ଟ୍ରେନ୍ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

Advertisment

ମଧୁମିତା ପରିଡ଼ା ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲ୍‌ରେ ଚାକିରି କରନ୍ତି। ଅସୁସ୍ଥତା ପାଇଁ ଆଜି ସେ ଅଫିସ୍‌ ଯାଇନଥିଲେ। ଅପରାହ୍ନରେ ସେ ନିଜ ରୁମ୍‌ରେ ଜୀବନର ଶେଷ ଭିଡିଓ ଶୁଟ୍‌ କରିଥିଲେ। ସେ ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଥିଲେ। ତା’ପରେ ବାପୁଜୀ ନଗର ନିକଟସ୍ଥ ରେଳ ଧାରଣାରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତାଙ୍କର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି।

ଭିଡିଓରେ ମଧୁମିତା କହିଛନ୍ତି, .... ଯାହାବି କରିବାକୁ ଯାଉଛି ସମସ୍ତଙ୍କୁ ସରି। ଦୁନିଆରେ ଏତେ ଫ୍ରଡ୍‌ ଲୋକ ଅଛନ୍ତି ବୋଲି କେବେ ଜାଣିନଥିଲି। ୫ ବର୍ଷ ଧରି ରିଲେସନ୍‌ରେ ରହିବା ପରେ ବାହା ହୋଇଥିଲି। ହେଲେ ମୋ’ ସ୍ୱାମୀ ମୋତେ ଧୋକ୍କା ଦେଉଛନ୍ତି। ସେ ଆଉ ଜଣଙ୍କ ସହ ରିଲେସନ୍‌ରେ ଅଛନ୍ତି। ମୋ ସାଙ୍ଗ ସହିତ ରାତି ଗୋଟାଏ, ଦୁଇଟା ପର୍ଯ୍ୟନ୍ତ ଗପୁଛନ୍ତି। ଏ ସମ୍ପର୍କରେ ମୁଁ ଜାଣିନେଲି। ସେଇଟା ମୋର ସବୁଠାରୁ ବଡ଼ ଭୁଲ ହେଲା। ଏବେ ସେ କହୁଛନ୍ତି ମୋ ସହିତ ରହିବେନି। ଡିଭର୍ସ ଦେବେ ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି। ହେଲେ ସେ ବୁଝୁ ନାହାନ୍ତି। ୧୦ ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି। ସେଥିପାଇଁ ମୁଁ ଅଫିସ୍‌ ଯାଇପାରୁନି.......। ମ୍ୟାରେଜ ପରେ କାହିଁକି ଏମିତି କହୁଛି??? ଯଦି ଏମିତି କରିବାର ଥିଲା, ତାହାହେଲେ କାହିଁକି ମୋତେ ବାହା ହେଉଥିଲେ?? ମୋତେ କ୍ଷମା କରିଦିଅ ମମି... ମୁଁ ନିଜକୁ ସମ୍ଭାଳି ପାରୁନି... ଆଜି ଯାହା ହେବ ମମି ମୋତେ କ୍ଷମା କରିଦେବୁ। ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି। ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ଭିଡିଓରେ ମଧୁମିତା କହିଛନ୍ତି।

Advertisment

ମଧୁମିତାଙ୍କୁ ଘର ଗଞ୍ଜାମରେ। ସେ ଭୁବନେଶ୍ୱରର ସାମନ୍ତରାପୁରରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ୫ ବର୍ଷର ପ୍ରେମ ସମ୍ପର୍କ ପରବର୍ତ୍ତୀ ସମୟରେ ବିବାହର ରୂପ ନେଇଥିଲା। ହେଲେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ତାଙ୍କର ବେଷ୍ଟ ସାଙ୍ଗଙ୍କୁ ତାଙ୍କ ସ୍ୱାମୀ ପ୍ରେମ କରୁଛନ୍ତି। ସେଥିପାଇଁ ମଧୁମିତାଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଛନ୍ତି। ଯେଉଁଥିପାଇଁ ଆତ୍ମହତ୍ୟାର ରାସ୍ତା ବାଛିଥିବା ମଧୁମିତା ଭିଡିଓରେ କହିଛନ୍ତି।

Bhubaneswar Bhubaneswar News Suicide Crime Odisha Journalist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe