Advertisment

ସାମ୍ବାଦିକା ମୃତ୍ୟୁ ମାମଲା; ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଗତକାଲି ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ  ମୃତଦେହ ଉଦ୍ଧାର କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
lady journalist with Husband

lady journalist with Husband

ସାମ୍ବାଦିକ ମଧୁସ୍ମିତା ପରିଡ଼ା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏହା ଉପରୁ ହଟିନାହିଁ ପରଦା। ମଧୁସ୍ମିତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କ ପରିବାର ଲୋକେ ଏହା ମାନିବାକୁ ନାରାଜ। ସ୍ୱାମୀ ଓ ଦେଢ଼ଶୁର ମିଶି ମଧୁସ୍ମିତାଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଓ ଭଉଣୀ ଅଭିଯୋଗ ଆଣିଛନ୍ତି।

Advertisment

ମଧୁସ୍ମିତାଙ୍କ ବାପା କହିଛନ୍ତି, ମଧୁସ୍ମିତାର ସ୍ୱାମୀ ଶ୍ରୀଧର ତାର ବଡ଼ ଭାଇକୁ ଭୁବନେଶ୍ୱର ଡାକିଥିଲା। ଦୁଇ ଭାଇ ମିଶି ମୋ ଝିଅକୁ ଠେଲି ମାରି ଦେଇଛନ୍ତି।

ସେହିପରି ମଧୁସ୍ମିତାଙ୍କ ଭଉଣୀଙ୍କୁ କହିଛନ୍ତି, ବିବାହ ପରେ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିଲା। ବିଳମ୍ବିତ ରାତି ଯାଏ ଶ୍ରୀଧର ଝିଅମାନଙ୍କ ସହ କଥା ହେଉଥିଲା। ଏଥିପାଇଁ ମୋ ଭଉଣୀ ଓ ଶ୍ରୀଧର ମଧ୍ୟରେ ଝଗଡ଼ା ହେଉଥିଲା। ମୋ ଭଉଣୀକୁ ଛାଡ଼ପତ୍ର ଦେଇ ଅନ୍ୟ ଝିଅକୁ ବିବାହ କରିବ ବୋଲି ଯୋଜନା କରୁଥିଲା ଶ୍ରୀଧର।  ଶ୍ରୀଧର ଓ ତାର ଭାଇ ମୋ ଭଉଣୀକୁ ଉପରୁ ଠେଲି ମାରି ଦେଇଛନ୍ତି। 

Advertisment

 ସେ ଆହୁରି କହିଛନ୍ତି, ମୋ ଭଉଣୀକୁ ବିବାହ କରିବା ପୂର୍ବରୁ ଶ୍ରୀଧର ଅନ୍ୟ ଜଣଙ୍କୁ ବିବାହ କରିଥିଲା। ତାହା ସହ ଛାଡ଼ପତ୍ର ହୋଇସାରିଛି। ଏହି ବିଷୟରେ ଆମ ପରିବାର ଓ ମୋ ଭଉଣୀକୁ ଜଣା ନଥିଲା।  ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିବାକୁ ନେଇ ଦୁଇ ଦିନ ତଳେ ମୋ ଭଉଣୀ ଫିନାଇଲ ପିଇ ଦେଇଥିଲା। ପରେ ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ଏହାପରେ ଏହି ଘଟଣା ଘଟିଛି। 

ଅନ୍ୟପକ୍ଷରେ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମଧୁସ୍ମିତାଙ୍କ ସ୍ୱାମୀ ଶ୍ରୀଧର ଜେନା। ସେ କହିଛନ୍ତି, ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲ। ଆମେ ଦୁଇ ଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ । ମୁଁ ମୋ ଭାଇକୁ ଆଣିବାକୁ ଯାଇଥିଲି। ଭାଇକୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁସ୍ମିତାର ଭିଡିଓ ଦେଖି ମୋ ଭାଇ ମୋତେ କହିଥିଲା। ତା’ପରେ ମୁଁ ତାକୁ ଫୋନ୍ କରିଥିଲି। ହେଲେ ସେ ମୋ ଫୋନ୍ ଉଠାଇ ନଥିଲା। ପରେ ମୁଁ ତାକୁ ମେସେଜ କରିଥିଲି। ତାର ମଧ୍ୟ ସେ ଉତ୍ତର ଦେଇନଥିଲା। ଏହାପରେ ମୁଁ ଥାନାକୁ ଯାଇ ପୁଲିସକୁ ଭିଡିଓ ଦେଖାଇବା ସହ ଘଟଣା ସଂପର୍କରେ ଜଣାଇଥିଲି। ପୁଲିସ ମଧ୍ୟ ତାଙ୍କୁ ଫୋନ୍ କରିଥିଲା। ହେଲେ ସେ ମଧ୍ୟ ଉଠାଇନଥିଲେ। ପରେ ଏହ ଘଟଣା ଘଟିଥିଲା।

ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ଉଭୟ ବିବାହ କରିଥିଲେ। ବିବାହ ପରେ ତାଙ୍କୁ ଅନ୍ୟ ଝିଅଙ୍କ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ। ଏଥିସହ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା ମୃତ୍ୟୁ ପୂର୍ବରୁ ଇନଷ୍ଟ୍ରାରେ ଛାଡ଼ି ଥିବା ଭିଡିଓରେ କହିଥିଲେ। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଗତକାଲି ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ  ମୃତଦେହ ଉଦ୍ଧାର କରାଯାଇଥିଲା।

Odisha Police Bhubaneswar