ସାଇବର ଠକଙ୍କ ଜାଲରେ ପଡ଼ିଗଲେ ଲେଡି ତହସିଲଦାର, ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟରୁ ଚାଲିଗଲା ୯୦ ହଜାର

ସାଇବର ଠକଙ୍କ କଥାର ଜାଲରେ ଛନ୍ଦି ହୋଇଗଲେ ତହସିଲଦାର। ପୂର୍ବରୁ ଏକ ଫୋନ ହଜାଇ ଦେଇଥିବାରୁ ଡରରେ ସେ ସାଇବର ଠକଙ୍କ କଥାକୁ ଅତି ସହଜରେ ବିଶ୍ୱାସ କରି ଯାଇଥିଲେ।

Cyber Fraud

Representational Image

Jitendra Garnayak
  • Published: Sunday, 27 October 2024
  • Updated: 27 October 2024, 01:32 PM IST

Sports

Latest News

ସାଇବର ଠକଙ୍କ ଜାଲରେ ପଡ଼ି ୯୦ ହଜାର ଟଙ୍କା ହରାଇଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ତହସିଲଦାର। ଏହା ତାଳଚେର ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସେ ତାଙ୍କ ଟଙ୍କା ଫେରି ପାଇବା ପାଇଁ ତଥା ଦୋଷୀଙ୍କୁ ଧରି ଦଣ୍ଡ ଦେବା ପାଇଁ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ତହସିଲଦାର ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଗତ ୨୪ ତାରିଖ ଅପରାହ୍ନ ୨ଟା ୪୨ ମିନିଟ୍‌ରେ ୯୬୯୦୯୪୨୬୬୧ ନମ୍ବରରୁ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି TRAIରୁ କହୁଥିବା ତାଙ୍କୁ କହିଥିଲେ। ସେ (ସାଇବର ଠକ) କହିଥିଲେ ଯେ ତାଙ୍କର ପଞ୍ଜୀକୃତ ମୋବାଇଲ ନମ୍ବର, ଯାହା ତାଙ୍କର ଆଧାର କାର୍ଡ ସହିତ ସଂଯୁକ୍ତ ହୋଇଛି, ତାକୁ ଆଉ ୨ ଘଣ୍ଟା ପରେ ବ୍ଳକ୍ କରି ଦିଆଯିବ। କାରଣ ତାଙ୍କ ଆଧାର କାର୍ଡକୁ ଅପବ୍ୟବହାର କରାଯାଇ ନୂଆଦିଲ୍ଲୀର ଗ୍ରୀନ ପାର୍କ ମାର୍କେଟ ଅଞ୍ଚଳରେ ଆଉ ଏକ ମୋବାଇଲ ନମ୍ବରକୁ ତାହା ସହିତ ଲିଙ୍କ୍‌ କରାଯାଇଛି। ଆଉ ସେହି ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇ ଏକାଧିକ ବେଆଇନ କାର୍ଯ୍ୟକଳାପ କରାଯାଉଛି। ଉଦାହରଣ ସ୍ୱରୂପ ଉକ୍ତ ମୋବାଇଲ ନମ୍ବର ବ୍ୟବହାର କରାଯାଇ ଲୋକଙ୍କୁ ଅଗ୍ରହଣୀୟ ଲିଖିତ ମେସେଜ୍ ପଠାଯାଉଛି। ବେଆଇନ ଟ୍ରେଡିଂ କରାଯାଉଛି। ଏମିତିକି ଜୁଆ ଖେଳାଯାଉଛି, ଯୌନ ଶୋଷଣ କରାଯାଉଛି ଓ ପର୍ଣ୍ଣୋଗ୍ରାଫି କରାଯାଉଛି। ତା’ ସହିତ ମନି ଲଣ୍ଡରିଂ ଓ ବେଆଇନ ଟ୍ରେଡିଂରେ ବି ଉକ୍ତ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଉଛି।

Also Read

ଏପରି କହି ଏଜେଣ୍ଟ ଜଣଙ୍କ ତୁରନ୍ତ ତହସିଲଦାରଙ୍କ ନମ୍ବରକୁ ଅନ୍ୟ ଏକ ନମ୍ବର ୬୦୦୩୦୬୯୬୦୬କୁ ଫରୱାର୍ଡ କରି ଦେଇଥିଲେ ଓ ତାହା ଜଣେ ସିବିଆଇ ଅଧିକାରୀଙ୍କ ନମ୍ବର ବୋଲି କହିଥିଲେ। ନକଲି ସାଇବର କ୍ରାଇମ ଇନ୍ସପେକ୍ଟର ପ୍ରକାଶ ସିଂହ ତାଙ୍କୁ ୨ ଘଣ୍ଟା ଭିତରେ ଦିଲ୍ଲୀର ଏକ ଥାନାରେ ରିପୋର୍ଟ କରିବାକୁ କହିଥିଲେ। ନହେଲେ ହ୍ୱାଟସଆପ୍‌ରେ ଭିଡିଓ କଲ୍ ମାଧ୍ୟମରେ ଅନ୍‌ଲାଇନରେ ଏକ ଏଫଆଇଆର ଦେବାକୁ କହିଥିଲେ। ତା’ପରେ ସେ ତହସିଲଦାରଙ୍କ ପାଖକୁ ଭିଡିଓ କଲ୍ କରି ତାଙ୍କୁ ଜେରା କରିଥିଲେ ଓ ତାଙ୍କ ପରିଚୟ ଚୋରି ହୋଇଯାଇଥିବା କହିଥିଲେ। ତାଙ୍କ ପରିଚୟକୁ ଚୋରି କରି ଅପବ୍ୟବହାର କରାଯାଉଥିବା ସେ କହିଥିଲେ। ତାଙ୍କ ପରିଚୟ ବ୍ୟବହାର କରି ମହମ୍ମଦ ଇସଲାମ ନବାବ ମଲ୍ଲିକ ନାମକ ଜଣେ ବ୍ୟକ୍ତି ୪ଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ମନି ଲଣ୍ଡରିଂ ଓ ବେଆଇନ ଟ୍ରେଡିଂ ଚଲାଉଛନ୍ତି ବୋଲି କହିଥିଲେ। ସେମାନେ ତହସିଲଦାରଙ୍କ ପାଖକୁ ନକଲି ଗୁପ୍ତ ଚୁକ୍ତି ପତ୍ର ଓ ସ୍ୱୀକାରୋକ୍ତି ପତ୍ର ପଠାଇଥିଲେ, ଯାହା ଅର୍ଥ ବିଭାଗରୁ ଆସିଥିବା କହିଥିଲେ। ତା’ପରେ ପରେ ଦୁଇଟି ୟୁପିଆଇ ଲିଙ୍କ ପଠାଇଥିଲେ ଓ ଆକାଉଣ୍ଟ ପ୍ରମାଣିକରଣ ପାଇଁ ଏହା ଉଦ୍ଦିଷ୍ଟ ବୋଲି କହିଥିଲେ। ତାହା ସହିତ ସେ ଉକ୍ତ ଲିଙ୍କ୍ ଦୁଇଟିରେ କ୍ଲିକ୍ କରିବାକୁ କହିଥିଲେ। ଆଉ ତହସିଲଦାର ଉକ୍ତ ଲିଙ୍କରେ କ୍ଲିକ୍ କରିବା ପରେ ସନ୍ଧ୍ୟା ସାଢ଼େ ୬ଟା ବେଳେ ତାଙ୍କ ଆକାଉଣ୍ଟରୁ ୮୯ ହଜାର ୫୦୦ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା। ତା’ପରେ ସେ ଠକାମୀର ଶିକାର ହୋଇଥିବା ସନ୍ଦେହ କରି ଉକ୍ତ ନମ୍ବରକୁ ବ୍ଳକ୍ କରିବା ସହିତ ଆଧାର କାର୍ଡ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟକୁ ଅଚଳି କରି ଦେଇଥିଲେ।

ତହସିଲଦାର ତାଙ୍କ ଏତଲାରେ ଆହୁରି ଦର୍ଶାଇଛନ୍ତି ଯେ ୨୦୨୨ ଅଗଷ୍ଟ ୧୩ ତାରିଖରେ ସେ କଶ୍ମୀରରେ ତାଙ୍କର ଏକ ଫୋନ୍ ହଜାଇ ଦେଇଥିଲେ। ଏନେଇ ସେ ସେଠାରେ ଏକ ଥାନାରେ ଏଫଆଇଆର ମଧ୍ୟ ଦେଇଥିଲେ। କାଳେ ସେହି ଫୋନ୍ ବ୍ୟବହାର କରି ତାଙ୍କ ନାଁରେ ଏ ସବୁ ବେଆଇନ କାର୍ଯ୍ୟ କରାଯାଉଛି ବୋଲି ଡରି ସେ ସେମାନଙ୍କ (ସାଇବର ଠକଙ୍କ) ସବୁ କଥାରେ ରାଜି ହୋଇଯାଇଥିଲେ ବୋଲି ତହସିଲଦାର ଏତଲାରେ ଉଲ୍ଲେଖ କରିଛନ୍ତି।

ଏହି ସାଇବର ଠକଙ୍କୁ ଧରିବା ସହିତ ତାଙ୍କ ଟଙ୍କା ଫେରାଇ ଆଣିବା ନିମନ୍ତେ ପଦକ୍ଷେପ ନେବାକୁ ସେ ତାଳଚେର ଥାନା ପୁଲିସକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story