Advertisment

ବିଦେଶରେ ଚାକିରି ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଲେ; ଏବେ ସଂସ୍ଥାରେ ଝୁଲୁଛି ତାଲା

ବିଦେଶରେ ଚାକିରି କରିବା ନିମନ୍ତେ ବାହାର ରାଜ୍ୟର ବହୁ ଯୁବକ ନିଜ ଘରର ଜିନିଷ ବିକି, ଧାରକରଜ କରି ଟଙ୍କା ଦେବାକୁ ଲାଗିଲେ। ମାତ୍ର ଏବେ ବୁଝାବୁଝି ପାଇଁ ପହଞ୍ଚିବା ବେଳକୁ ଅଫିସ ବନ୍ଦ ଥିବା ଦେଖିବାକୁ ପାଇଲେ।

Victims

Victims

Advertisment

ବମିଖାଲରେ ଅଫିସ ଖୋଲି ବିଦେଶରେ ଚାକିରି କରାଇଦେବାର ସ୍ୱପ୍ନ ଦେଖାଇଲେ। ଏଥିପାଇଁ ଯୁବବର୍ଗଙ୍କୁ ଟାର୍ଗେଟ କଲେ। ବିଦେଶରେ ଚାକିରି କରିବା ନିମନ୍ତେ ବାହାର ରାଜ୍ୟର ବହୁ ଯୁବକ ନିଜ ଘରର ଜିନିଷ ବିକି, ଧାରକରଜ କରି ଟଙ୍କା ଦେବାକୁ ଲାଗିଲେ। ମାତ୍ର ଏବେ ବୁଝାବୁଝି ପାଇଁ ପହଞ୍ଚିବା ବେଳକୁ ଅଫିସରେ ତାଲା ଝୁଲୁଥିବା ଦେଖିବାକୁ ପାଇଲେ। ଏପରି ଏକ ଠକ ସଂସ୍ଥାର କାର୍ଯ୍ୟାଳୟ ରାଜଧାନୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଥିବା ବେଳେ ମାସେ ହେଲା ସେଥିରେ ତାଲା ଝୁଲୁଛି।

Advertisment

ଏହି କାର୍ଯ୍ୟାଳୟ ଓଡ଼ିଶା ସମେତ କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଭଳି ଏକାଧିକ ରାଜ୍ୟର ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି। ଏପରିକି ଲୋକଙ୍କୁ ଜାଲ ନିଯୁକ୍ତି ପତ୍ର ଓ ଭିସା ଧରାଇ ଚୂନ ମାରିଛି ସଂସ୍ଥା। ରାଜ୍ୟ ବାହାରର ଶହ ଶହ ଲୋକଙ୍କୁ ଠକିବା ପରେ ଏବେ ସଂସ୍ଥାରେ ତାଲା ପଡ଼ିଛି।

ଫଳରେ ଭୁବନେଶ୍ୱରରେ ପହଞ୍ଚିଥିବା ବାହାର ରାଜ୍ୟର ବହୁ ଯୁବକ ଏନେଇ ମଞ୍ଚେଶ୍ୱର ଥାନା, ଶହୀଦ ନଗର ଥାନା ଓ ପରେ ଲକ୍ଷ୍ମୀ ସାଗର ଥାନାରେ ମାମଲା ରୁଜୁ କରିଛନ୍ତି।

Advertisment

ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକ୍‌ରେ ପ୍ରଥମେ ଏନେଇ ବିଜ୍ଞାପନ ଦେଖିଲୁ। ସେଥିରେ ନମ୍ବର ଥିଲା। ଯୋଗାଯୋଗ କରି ଜାନୁୟାରୀରେ ଭୁବନେଶ୍ୱରରେ ପହଞ୍ଚିଥିଲି। ସିଙ୍ଗାପୁର ଯିବା ନିମନ୍ତେ ଭିସାର କପି ଦେଇଥିଲେ। ଏହାପରେ ଥରକୁ ଥର ୪୦ ହଜାର, ୫୦ ହଜାର କରି ଲକ୍ଷାଧୀକ ଟଙ୍କା ନେଇ ସାରିଛନ୍ତି। ଏହାପରେ ସନ୍ଦେହ ହେବାରୁ ଏଠାକୁ ଆସି ଅଫିସ ବନ୍ଦ ଥିବା ଦେଖିବାକୁ ପାଇଲୁ।

ଏହିପରି ବହୁ ଯୁବକ ଠକେଇର ଶିକାର ହୋଇଥିବା ବେଳେ କିଏ ଘରର ଜିନିଷ ବିକି ଟଙ୍କା ଦେଇଛି ତ କିଏ ସୁଧରେ ଟଙ୍କା ଆଣି ଦେଇଛି। ମାତ୍ର ଏବେ ସଂସ୍ଥାରେ ତାଲା ଝୁଲୁଥିବାରୁ ସେମାନେ ମୁଣ୍ଡରେ ହାତ ଦେଇଛନ୍ତି। ଚାକିରି ତ ପଛ କଥା କିପରି ନିଜ ଟଙ୍କା ଫେରି ପାଇବେ ସେ ଚିନ୍ତା ସେମାନଙ୍କୁ ଘାରିଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇ ପାରିନି।

Bhubaneswar Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe