Advertisment

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସି ବି ଆଇ ତଦନ୍ତ କାହିଁକି କରା ନଯିବ ସେନେଇ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ।

author-image
Biswajit Samal
Swami lakshmanananda

Swami lakshmanananda

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସି ବି ଆଇ ତଦନ୍ତ କାହିଁକି କରା ନଯିବ ସେନେଇ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ଏହି ପ୍ରସଙ୍ଗରେ ନିଜର ଜବାବ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରୀ କରିଛନ୍ତି।

Advertisment

ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତାଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଅନେକ ଦିଗକୁ ଅଣଦେଖା କରିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।

ଉପରଠାଉରିଆ ଭାବେ ତଦନ୍ତ କରି ମାଓବାଦୀମାନେ ସ୍ୱାମୀଜୀଙ୍କୁ ହତ୍ୟା କରିଥିବା କହିଥିଲା କ୍ରାଇମ ବ୍ରାଞ୍ଚ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ନିରୀହ ଆଦିବାସୀଙ୍କ ସାମାଜିକ ଏବଂ ଅର୍ଥନୈତିକ ଉର୍ନ୍ନତି ପାଇଁ କାମ କରୁଥିଲେ। ଧର୍ମନ୍ତରିକରଣ ଏବଂ ଆଦିବାସୀଙ୍କ ଜମି ହଡ଼ପ ବିରୋଧରେ ସେ ସ୍ୱର ଉତ୍ତୋଳନ କରୁଥିଲେ।

Advertisment

ଆଦିବାସୀଙ୍କ ପାଇଁ ଲଢ଼ୁଥିବା କୌଣସି ବ୍ୟକ୍ତିଙ୍କୁ ମାଓବାଦୀ ମାନେ ହତ୍ୟା କରିବା କଥା ଗ୍ରହଣୀୟ ନୁହଁ ବୋଲି ଆବେଦନକାରୀ ଯୁକ୍ତି ବାଢିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସି ବି ଆଇ ଦ୍ୱାରା ତଦନ୍ତ କରାଇବାକୁ ଆବେଦନକାରୀ ଦାବୀ କରିଛନ୍ତି।

Odisha Highcourt Lakshmanananda Murder Case