Advertisment

ଲାଲୁ ଓ ପରିବାର ସଦସ୍ୟଙ୍କ ୬ କୋଟି ଟଙ୍କାର ସମ୍ପତ୍ତି ଜବତ

ଲାଲୁଙ୍କ ବ୍ୟତୀତ ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଲ୍ୟାଣ୍ଡ ଫର ଜବ ସ୍କାମରେ ସାମିଲ ଥିବା ଅଭିଯୋଗ ହୋଇଛି।

author-image
Hemant Lenka
Lalu

Lalu

ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା। ଲ୍ୟାଣ୍ଡ ଫର ଜବ ଦୁର୍ନୀତି ଘଟଣାରେ ଆଜି ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

Advertisment

ଲାଲୁଙ୍କ ବ୍ୟତୀତ ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଲ୍ୟାଣ୍ଡ ଫର ଜବ ସ୍କାମରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ଅଭିଯୋଗର ତଦନ୍ତ ଉଭୟ ଇଡି ଓ ସିବିଆଇ ପକ୍ଷରୁ କରାଯାଉଛି।

ଲାଲୁ ୨୦୦୪ରୁ ୨୦୦୯ ଯାଏ ରେଳ ମନ୍ତ୍ରୀ ଥିଲେ। ଏହି ସମୟରେ ଚାକିରି ଆଶାୟୀଙ୍କ ଠାରୁ ଶସ୍ତା ଦାମରେ ସେ ଜମି କିଣିଥିଲେ। ଏହା ବଦଳରେ ସେମାନଙ୍କୁ ରେଳ ବିଭାଗରେ ନିଯୁକ୍ତି ଦେଇଥିବା କୁହାଯାଉଛି। ଲାଲୁ ତାଙ୍କ ପରିବାର ଲୋକଙ୍କ ନାଁରେ ଅନେକ ଜମି ଶସ୍ତା ଦାମରେ କିଣିଥିବା ଅଭିଯୋଗ ହୋଇଛି। ସିବିଆଇ ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରି ଗତବର୍ଷ ଅକ୍ଟୋବରରେ ପ୍ରଥମ ଚାର୍ଜଶିଟ ଦାଖଲ କରିଥିଲା।

Advertisment

ଚଳିତ ବର୍ଷ ଜୁଲାଇ ୩ରେ ତଦନ୍ତକାରୀ ସଂସ୍ଥା ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିଛି। ଏଥିରେ ପ୍ରଥମଥର ପାଇଁ ତେଜସ୍ୱୀଙ୍କୁ ସିବିଆଇ ଅଭିଯୁକ୍ତ ଭାବେ ଦର୍ଶାଇଛି। ସିବିଆଇ ୨୦୨୨ ମସିହା ମେ’ ୧୮ ତାରିଖରେ ଲାଲୁ ପ୍ରସାଦ ଓ ଅନ୍ୟ ୧୫ ଜଣଙ୍କ ନାଁରେ ମାମଲା କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଇଡି ମାମଲାର ଆର୍ଥିକ କାରବାର ଦିଗର ଯାଞ୍ଚ କରିଥିଲା।

ED Raid Lalu Prasad Yadav RJD