Advertisment

ରାଜଧାନୀରେ ମାତିଛନ୍ତି ଜମି ଠକେଇ ଗ୍ୟାଙ୍ଗ, ୨୬ ଜଣଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ଠକେଇ

ରାଜଧାନୀରେ ମାତିଛନ୍ତି ଜମି ଠକେଇ ଗ୍ୟାଙ୍ଗ। ଜମିର ନକଲ କାଗଜପତ୍ର ବାହାର କରି ଜାଲ ପାୱାର ଅଫ ଆର୍ଟନିଂ ଜରିଆରେ ଜମି ବିକ୍ରି କରି ଦେଉଛନ୍ତି ଏହି ଠକ ମାନେ।

author-image
Biswajit Samal
Bhubaneswar

Bhubaneswar

ଟୁଇନ ସିଟିରେ ଜମି କିଣି ଖୋଲାରେ ପକାଇଥିଲେ ସାବଧାନ ହୋଇଯାନ୍ତୁ। ରାଜଧାନୀରେ ମାତିଛନ୍ତି ଜମି ଠକେଇ ଗ୍ୟାଙ୍ଗ। ଜମିର ନକଲ କାଗଜପତ୍ର ବାହାର କରି ଜାଲ ପାୱାର ଅଫ ଆର୍ଟନିଂ ଜରିଆରେ ଜମି ବିକ୍ରି କରି ଦେଉଛନ୍ତି ଏହି ଠକ ମାନେ। ଏଭଳି ଏକ ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୁଲିସ।

Advertisment

ମୁଖ୍ୟ ଅଭିଯୁକ୍ତ ବିକାଶ ପଣ୍ଡାକୁ ରିମାଣ୍ଡରେ ଆଣି ପଚରା ଉଚରା ପରେ ତଥ୍ୟ ପାଇଛି କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ। ୨୬ ଜଣଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଆହୁରି ଅଧିକ ଲୋକଙ୍କୁ ମଧ୍ୟ ସମାନ ଭାବେ ଠକିଛନ୍ତି ଏହି ଗ୍ୟାଙ୍ଗ। ଠକେଇର ଶିକାର ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment
Bhubaneswar News Fake Land Sale