Advertisment

୭ ଦିନ ଧରି ଚାଲିଥିବା ଲଢ଼େଇ ଶେଷ, ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ଲୁଚି ରହି ହମଲା କରୁଥିବା ୩ କୁଖ୍ୟାତ ତଥା ତାଲିମପ୍ରାପ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର କମାଣ୍ଡର ଉଜୈର ଖାନ ରହିଛି।

author-image
Hemant Lenka
Terrorist

Terrorist

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ୭ ଦିନ ହେଲା ଜାରି ରହିଥିବା ଗୁଳି ବିନିମୟ ଆଜି ଶେଷ ହୋଇଛି। ଗୁଳି ବିନିମୟ ଶେଷ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Advertisment

ଶେଷରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଲୁଚି ରହି ହମଲା କରୁଥିବା ୩ କୁଖ୍ୟାତ ତଥା ତାଲିମପ୍ରାପ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର କମାଣ୍ଡର ଉଜୈର ଖାନ ରହିଛି।

ସୁରକ୍ଷାକର୍ମୀମାନେ ଉଜୈର ଖାନ ସମେତ ଆଉ ଜଣେ ଆତଙ୍କବାଦୀର ମୃତଦେହକୁ ଜବତ କରିଛନ୍ତି। ତେବେ ତୃତୀୟ ଆତଙ୍କବାଦୀର ମୃତଦେକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି। ଏନକାଉଣ୍ଟର ଶେଷ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Advertisment

କଶ୍ମୀର ପୁଲିସ୍‌ର ଏଡିଜିପି ବିଜୟ କୁମାର କହିଛନ୍ତି, ଉଜୈର ଖାନ ଓ ତା’ର ୩ ସହଯୋଗୀ ମିଳିତ ଭାବେ ଲୁଚି ରହି ୭ ଦିନ ହେଲା ହମଲା କରୁଥିଲେ। ଆଜି ସେମାନଙ୍କର ମୃତ୍ୟୁ ସହ ୭ ଦିନ ହେଲା ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି।

ଉଜୈର ଖାନ ଓ ତା’ ସହଯୋଗୀର ମୃତଦେହ ନିକଟରୁ ଅସ୍ତ୍ରଶସ୍ତ୍ର ମିଳିଛି। ଆଉ ଜଣେ ଆତଙ୍କବାଦୀର ମୃତଦେହ ମିଳିନି। ଏହି କାରଣରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି। ଜଙ୍ଗଲର ଅନେକ ଅଞ୍ଚଳ ସର୍ଚ୍ଚ କରିବାର ଅଛି। ତେଣୁ ଅନେକ ପ୍ରକାରର ବିସ୍ଫୋରକ କିମ୍ବା ଅନ୍ୟାନ୍ୟ ଜିନିଷ ମିଳିପାରେ। ଏଥିପାଇଁ ଲୋକମାନଙ୍କୁ ଉକ୍ତ ଅଞ୍ଚଳକୁ ନ ଯିବାକୁ ସେ ଅନୁରୋଧ କରିଛନ୍ତି।

ବୁଧବାର ଅନନ୍ତନାଗର କୋକେରନାଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହି ହମଲା କରିଥିଲେ। ବୁଧବାର ହିଁ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

ଏହାପରେ ସେନା ଓ ପୁଲିସ୍‌ ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡ୍ରୋନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଉଦ୍ୟମ କରାଯାଇଥିଲା। ଶେଷରେ ଆଜି ଉଜୈରର ମୃତ୍ୟୁ ସହ ଏନକାଉଣ୍ଟର ଶେଷ ହୋ

Terror Attack Jammu Kashmir Encounter