Advertisment

Murder Case: ଜେଜେ ବାପାଙ୍କ ମୃତ୍ୟୁ ପୋଷ୍ଟରେ ହସିବା ଇମୋଜି ଓ ୨୦ ବର୍ଷ ଯୁବକଙ୍କୁ ହତ୍ୟା

ଫୋନରେ ଆରମ୍ଭ ହୋଇଥିବା ଏହି ଯୁକ୍ତିତର୍କ ଚଳି ମାସ ଆରମ୍ଭରେ ମାରପିଟରେ ପହଞ୍ଚିଥିଲା। ଏଫଆଇଆର ଅନୁସାରେ ସେପ୍ଟେମ୍ବର ୧୨ ତାରିଖ ରାତି ୧୨.୩୦ରେ ପ୍ରିନ୍ସ କାମ କରୁଥିବା ଫ୍ୟାକ୍ଟ୍ରୀ ବାହାରେ ଥିବା ଅଟୋରେ ବସିଥିଲେ।

Murder

ପ୍ରିନ୍ସ କୁମାର (ଫାଇଲ ଫଟୋ)

Advertisment

ଗୋଟିଏ ଫେସବୁକ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଜୀବନ ନେଇଛି। ପ୍ରଥମେ ପାଟିତୁଣ୍ଡ, ପରେ ମାରପିଟ ଓ ଶେଷରେ ୨୦ ବର୍ଷୀୟ ଯୁବକଙ୍କୁ ଗୁଜରାଟର ରାଜକୋଟରେ ଛୁରୀ ଭୁଷି ହତ୍ୟା(Murder) କରାଯାଇଛି।

Advertisment

ମୃତକ ଜଣଙ୍କ ହେଲେ ୨୦ ବର୍ଷୀୟ ପ୍ରିନ୍ସ କୁମାର। ଛୁରୀ ମାଡ଼ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରେଯାଇଥିଲା। ସେଠାରେ ୪ ଦିନର ଚିକିତ୍ସା ପରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ଓ ଶେଷରେ ସେ ଆଖି ବୁଜିଥିଲେ। କିନ୍ତୁ ମୃତ୍ୟୁକାଳୀନ ଜମାନବନ୍ଦୀରେ ସେ ପୁଲିସ୍‌କୁ ସବୁ କଥା କହିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଗୁଜରାଟ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ ବି ଆଉ ଜଣେ ଫେରାର ରହିଛନ୍ତି। 

ପ୍ରିନ୍ସ କୁମାରଙ୍କ ଘର ବିହାରରେ। ସେ ‌ଓ ତାଙ୍କର ୩ ଜଣ ସମ୍ପର୍କୀୟ ଗୁଜରାଟ(Gujarat)ର ଗୋଟିଏ ଫ୍ୟାକ୍ଟ୍ରୀରେ କାମ କରନ୍ତି। ୪ ମାସ ତଳେ ପ୍ରାଣ ହରାଇଥିବା ଜେଜେ ବାପା ରୂପ ନାରାୟଣ ଭିଣ୍ଡଙ୍କୁ ମନେ ପକାଇ ପ୍ରିନ୍ସ ଫେସବୁକରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ପ୍ରିନ୍ସଙ୍କ ବିହାର(Bihar) ସହଯୋଗୀ ବିପିନ କୁମାର ରାଜିନ୍ଦର ଗୋଣ୍ଡା ହସିବା ଇମୋଜ ଦେଇଥିଲେ। ଦୁଃଖ ପୋଷ୍ଟରେ ବିପିନ କଟାକ୍ଷ କରି ଲାଫିଂ ଇମୋଜି ଦେଇଥିବାରୁ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। 

Advertisment

ଫୋନରେ ଆରମ୍ଭ ହୋଇଥିବା ଏହି ଯୁକ୍ତିତର୍କ ଚଳି ମାସ ଆରମ୍ଭରେ ମାରପିଟରେ ପହଞ୍ଚିଥିଲା(Crime)। ଏଫଆଇଆର ଅନୁସାରେ ସେପ୍ଟେମ୍ବର ୧୨ ତାରିଖ ରାତି ୧୨.୩୦ରେ ପ୍ରିନ୍ସ କାମ କରୁଥିବା ଫ୍ୟାକ୍ଟ୍ରୀ ବାହାରେ ଥିବା ଅଟୋରେ ବସିଥିଲେ।

ଏହି ସମୟରେ ବିପିନ ତାଙ୍କ ଆଡ଼କୁ ଆସୁଥିବା ଦେଖି ସେ ଫ୍ୟାକ୍ଟ୍ରୀ ଭିତରକୁ ଚାଲି ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବ୍ରିଜେଶ ଗୋଣ୍ଡା ତାଙ୍କୁ ଅଟକାଇବା ସହ ହତ୍ୟାର ଧମକ ଦେଇଥିଲେ। ଏତିକି ବେଳେ ପଛରକୁ ଦୌଡ଼ି ଆସି ବିପିନ ଛୁରୀ ଦ୍ୱାରା ପ୍ରିନ୍ସଙ୍କୁ ଆକ୍ରମଣ କରିଥିଲେ। 

ପ୍ରିନ୍ସଙ୍କ ଚିତ୍କାର ଶୁଣି ଫ୍ୟାକ୍ଟ୍ରୀରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସିଥିଲେ। ସେମାନଙ୍କୁ ଦେଖି ବିପିନ ଓ ବ୍ରିଜେଶ ଫେରାର ହୋଇଯାଇଥିଲେ। ସେହିପରି ଫ୍ୟାକ୍ଟ୍ରୀ କର୍ମଚାରୀମାନେ ପ୍ରିନ୍ସଙ୍କୁ ପ୍ରଥମେ ସ୍ଥାନୀୟ ଘରୋଇ ହସ୍ପିଟାଲ ଓ ପରେ ରାଜକୋଟ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। 

ହସ୍ପିଟାଲରେ ଆଡମିଟ ବେଳେ ପ୍ରିନ୍ସ ଚେତା ହରାଇ ନଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ପୁଲିସ୍‌ ନିକଟରେ ନିଜର ବୟାନ ରେକର୍ଡ କରାଇଥିଲେ। କିନ୍ତୁ ୪ ଦିନ ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଶେଷରେ ସେପ୍ଟେମ୍ବର ୨୨ ତାରିଖ ରାତି ୨.୩୦ରେ ପ୍ରିନ୍ସ ଆଖି ବୁଜିଥିଲେ। ପୁଲିସ୍‌କୁ ସକାଳ ୬.୩୦ରେ ଏନେଇ ହସ୍ପିଟାଲ ପକ୍ଷରୁ ଖବର ଦିଆଯାଇଥିଲା। 

ଏହାପରେ ପୁଲିସ ସୋମବାର ରାତିରେ ମୁଖ୍ୟ ଅଭିଯୁକ୍ତ ବିପିନଙ୍କୁ ଗିରଫ କରିଛି। ଏବେ ବି ବ୍ରିଜେଶ ଫେରାର ରହିଛି। 

Crime Gujarat Murder Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe