Advertisment

ବାହାଘର ପାଇଁ ରାଜି ନ ହେବାରୁ ଆଇନ ଛାତ୍ରୀଙ୍କୁ କରାଯାଇଥିଲା ଗଣ ଦୁଷ୍କର୍ମ!

ମୁଖ୍ୟ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ଆଉ ଜଣଙ୍କୁ ଭଲ ପାଉଥିବାରୁ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ।

Kolkata

Kolkata

Advertisment

କୋଲାକତାର ଗୋଟିଏ ଆଇନ ମହାବିଦ୍ୟାଳୟରେ ଜଣେ ୨୪ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣାର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି। ଗଣଦୁଷ୍କର୍ମ ଘଟଣାରେ ଗିରଫ ୩ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଦେଇଥିବା ବାହାଘର ପ୍ରସ୍ତାବକୁ ଛାତ୍ରୀ ଜଣଙ୍କ ପ୍ରତ୍ୟାଖ୍ୟାନ କରିଥିଲେ। ବାସ୍‌ ଏହାର ପ୍ରତିଶୋଧ ନେବାକୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ପୁଲିସ୍‌ କହିଛି। 

Advertisment

ଛାତ୍ରୀ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ଆଉ ଜଣଙ୍କୁ ଭଲ ପାଉଥିବାରୁ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ତାଙ୍କ ବୟଫ୍ରେଣ୍ଡଙ୍କୁ କ୍ଷତି ପହଞ୍ଚାଇବା ସହ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମିଛ କେସ୍‌ରେ ଫସାଇବାର ଚେତାବନୀ ଦେଇଥିଲେ। ଶେଷରେ ଛାତ୍ରୀଙ୍କୁ କଲେଜ ଭିତରେ ବନ୍ଦ କରି ତାଙ୍କୁ ଆଉ ୨ ଜଣ ସହ ମିଶି ମାଡ଼ ମାରି ଦୁଷ୍କର୍ମ କରିଥିଲେ।

ନିଜ ସହ ଘଟିଥିବା ବର୍ବରକାଣ୍ଡ ସମ୍ପର୍କରେ ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ “ସେମାନେ ମୋତେ ଦୁଷ୍କର୍ମ କରିବାକୁ ବଳ ପ୍ରୟୋଗ କରିଥିଲେ। ମୁଁ ଏହାକୁ ବିରୋଧ କରିବା ସହ ସେମାନଙ୍କୁ ରୋକିବାକୁ ବହୁତ ଚେଷ୍ଟା କରିଥିଲି। ମୁଁ କାନ୍ଦିବା ସହ ଛାଡ଼ି ଦେବାକୁ ନେହୁରା ହୋଇଥିଲି। ମୁଁ ସେମାନଙ୍କୁ କହିଥିଲି ଯେ ମୋର ଜଣ ବୟଫ୍ରେଣ୍ଡ ରହିଛନ୍ତି ଓ ମୁଁ ତାଙ୍କୁ ବହୁତ ଭଲ ପାଏ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ।”

Advertisment

ପୀଡ଼ିତାଙ୍କ କହିବା କଥା ଯେ ସେ ମୁଖ୍ୟ ଅଭିଯୁକ୍ତର ପାଦ ତଳେ ପଡ଼ିବା ସହ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି, “ମୁଁ ତାଙ୍କର ପାଦ ତଳେ ପଡ଼ିବା ସହ ମୋତେ ଛାଡ଼ି ଦେବାକୁ କହିଥିଲି। କିନ୍ତୁ ସେମାନେ ମୋତେ ଗାର୍ଡଙ୍କର ରୁମକୁ ଟେକି ନେଇଥିଲେ। ସେଠାରେ ମୋ ଡ୍ରେସ ଖୋଲି ମୋତେ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ। ମୋ ଅବସ୍ଥା ପୂରା ଖରାପ ହେବା ସହ ମୁଁ ସେମାନଙ୍କୁ ହସ୍ପିଟାଲ ନେଇ ଯିବାକୁ କହିଥିଲି।

କିନ୍ତୁ ସେମାନେ ମୋତେ ସହଯୋଗ କରି ନଥିଲେ। ସେମାନେ କଲେଜର ମୁଖ୍ୟ ଗେଟ୍‌କୁ ବନ୍ଦ କରି ଦେଇଥିଲେ। ଗାର୍ଡ ମଧ୍ୟ ମୋତେ ସହଯୋଗ କରିବାକୁ ଆସି ପାରି ନଥିଲେ। ମୋତେ ସେମାନେ ଦୁଷ୍କର୍ମ କରିବା ବେଳେ ଏହାର ଭିଡିଓ ରେକର୍ଡ ମଧ୍ୟ କରିଥିଲେ। ଯଦି ମୁଁ ସେମାନଙ୍କୁ ସହଯୋଗ ନ କରିବି, ତା’ହେଲେ ସେମାନେ ଏହାକୁ ଭାଇରାଲ କରିବାର ଧମକ ଦେଇଥିଲେ। ମୁଁ ସେଠାରୁ ଆସିବାକୁ ଚେଷ୍ଟା କରିବା ବେଳେ ସେମାନେ ମୋତେ ହକି ଷ୍ଟିକରେ ମାଡ଼ ମାରିଥିଲେ। ମୋତେ ଏବେ ନ୍ୟାୟ ଦରକାର।”

୨୪ ବର୍ଷୀୟ ଛାତ୍ରୀ ଜଣଙ୍କ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପରୀକ୍ଷା ଫର୍ମ ପୂରଣ ପାଇଁ ଆସିଥିଲେ। ପ୍ରାଥମକି ଭାବେ ସେ କଲେଜ ୟୁନିୟନ ରୁମରେ ବସିଥିଲେ। ଏହାର କିଛି ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ସେଠାରେ ପହଞ୍ଚିଥିଲେ। ପ୍ରଥମେ ପୀଡ଼ିତାଙ୍କ ଯୁକ୍ତିତର୍କ ହେବା ପରେ ସେ ଓ ଆଉ ଦୁଇ ଜଣ ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ଥିବା ଗାର୍ଡ ରୁମକୁ ନେଇ ଗଣଦୁଷ୍କର୍ମ କରିଥିଲେ।

ଦକ୍ଷିଣ କ୍ୟାଲକାଟା ଆଇନ କଲେଜର ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଛି। ଗିରଫ ୩ ଜଣଙ୍କ ମଧ୍ୟରେ ୨ ଜଣ କଲେଜର ଛାତ୍ର ହୋଇଥିବା ବେଳେ ଆଉ ଜଣେ ପୂର୍ବତନ ଛାତ୍ର। ଘଟଣାଟି ଜୁନ ୨୫ ତାରିଖ ସନ୍ଧ୍ୟା ୭.୩୦ରୁ ୧୦.୫୦ ମଧ୍ୟରେ କଲେଜ ପରିସରରେ ହିଁ ଘଟିଥିଲା। କାସବା ପୁଲିସ୍‌ ୩୧ ବର୍ଷୀୟ ମନଜିତ ମିଶ୍ରା, ୧୯ ବର୍ଷୀୟ ଜୈବ ଅହମଦ ଧ ୨୦ ବର୍ଷୀୟ ପ୍ରମିତ ମୁଖାର୍ଜୀଙ୍କୁ ଗିରଫ କରିଛି।

ମନଜିତ ମିଶ୍ର ହେଉଛନ୍ତ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି। ବର୍ତ୍ତମାନ ସେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଛାତ୍ର ସଂଗଠନ ତୃଣମୁଳ କଂଗ୍ରେସ ଛାତ୍ର ପରିଷଦରର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ। ସେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ।

ଘଟଣା ଜୁନ ୨୫ରେ ଘଟିଥିବା ବେଳେ ପୁଲିସ୍‌ ଜୁନ ୨୬ ତାରିଖ ସନ୍ଧ୍ୟାରେ ମନଜିତ ଓ ଅହମନଙ୍କୁ ଗିରଫ କରିଥିଲା। ଏମାନଙ୍କୁ କୋଲକାତାର ତଲବାଗନ କ୍ରସିଂ ନିକଟ ସିଦ୍ଧାର୍ଥ ଶଙ୍କର ଶିଶୁ ରୟ ଉଦ୍ୟାନ ନିକଟରୁ ଗିରଫ କରାଯାଇଥିଲା। ଗିରଫ ବେଳେ ପୁଲିସ ଉଭୟଙ୍କ ମୋବାଇଲ ଫୋନ ଜବତ କରିଥିଲା। ଏହାପରେ ଜୁନ ୨୭ ତାରିଖ ମଧ୍ୟାହ୍ନ ୧୨.୩୦ରେ ତୃତୀୟ ଅଭିଯୁକ୍ତ ମୁଖାର୍ଜୀଙ୍କୁ ତାଙ୍କ ଘରକୁ ଗିରଫ କରିବା ସହ ପୁଲିସ୍‌ ତାଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି।

ପୁଲିସ ପକ୍ଷରୁ କୁହାଯାଇଛି ଯେ ପୂରା ଘଟଣା କଲେଜ ବିଲଡିଂରେ ହିଁ ଘଟିଛି। ପ୍ରାଥମିକ ଭାବେ ପୁଲିସ୍‌ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି ଓ ଅନେକ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିଛି।

ଘଟଣା ଘଟିଥିବା ସ୍ଥାନକୁ ପୁଲିସ୍‌ ସିଲ୍‌ କରିଛି ଓ ଫରେନ୍ସିକ ଯାଞ୍ଚର ରିପୋର୍ଟକୁ ଅପେକ୍ଷା କରିଛି। ଗିରଫ ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ ଅଲିପୋରା କୋର୍ଟରେ ହାଜର କରାଯାଇଥିଲା। ପୁଲିସ୍‌ ସେମାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ହେଁ କୋର୍ଟ ୫ ଦିନର ଜେରା ପାଇଁ ଅନୁମତି ଦେଇଛନ୍ତି।

Kolkata Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe