Advertisment

ବିଚ୍‌ ରାସ୍ତାରେ ଓକିଲଙ୍କୁ ନିର୍ମମ ଭାବେ ହାଣି ହତ୍ୟା

ତ୍ୟାକାରୀ ଜଣକ ଓକିଲଙ୍କୁ ବିଚ ରାସ୍ତାରେ ଆକ୍ରମଣ କରିଥିଲେ ହେଁ କେହି ବି ତାକୁ ଅଟକା ନଥିଲେ। କର୍ଣ୍ଣାଟକାର କାଲାବର୍ଗୀରେ ଏପରି ଘଟଣା ଘଟିଛି।

Death

Death

Advertisment

ସ୍ପଷ୍ଟ ଦିବା ଲୋକରେ ଭୟଙ୍କର ହତ୍ୟାକାଣ୍ଡ। କୋର୍ଟକୁ ଯାଉଥିବା ଜଣେ ଓକିଲଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ସର୍ବସମ୍ମୁଖରେ ଏପରି ଘଟଣା ସମସ୍ତଙ୍କୁ ଚକିତ କରିଛି। ସେହିପରି ହତ୍ୟାକାରୀ ଜଣକ ଓକିଲଙ୍କୁ ବିଚ ରାସ୍ତାରେ ଆକ୍ରମଣ କରିଥିଲେ ହେଁ କେହି ବି ତାକୁ ଅଟକା ନଥିଲେ। କର୍ଣ୍ଣାଟକାର କାଲାବର୍ଗୀରେ ଏପରି ଘଟଣା ଘଟିଛି।

Advertisment

ସାମ୍ନାକୁ ଆସିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ଓକିଲ ଜଣଙ୍କ କୋର୍ଟ ଯାଉଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ର ଧରି ତାଙ୍କପିଛା କରିଥିଲା। ପ୍ରାୟ ଅଧା କମି ରାସ୍ତା ସେ ତାଙ୍କର ପିଛା କରି ଆସିଥିଲା। ସେ ଓକିଲଙ୍କ ପାଖରେ ପହଞ୍ଚିବା କ୍ଷଣି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।

ଫଳରେ ଓକିଲ ଜଣଙ୍କ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ଗୋଟିଏ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଆକ୍ରମଣକାରୀ ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ବିଶ୍ୱବିଦ୍ୟାଳୟ ଷ୍ଟେସନ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଗୋଟିଏ ଜମିକୁ ନେଇ ଏତେ ବଡ଼ ଘଟଣା ଘଟିଥିବା ପୁଲିସ୍‌ ଆଶଙ୍କା କରିଛି।

Murder Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe