Advertisment

ଓକିଲଙ୍କୁ ଚାମ୍ବର ଭିତରେ ଗୁଳି କରି ହତ୍ୟା

ସିହାନୀ ଗେଟ୍ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

author-image
Jitendra Garnayak
Gun

Gun

ଜଣେ ଓକିଲଙ୍କୁ ତାଙ୍କ ଚାମ୍ବର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ମୃତ ଓକିଲଙ୍କ ନାଁ ମନୋଜ ଚୌଧୁରୀ।

Advertisment

ଆଜି ଅପରାହ୍ନ ପ୍ରାୟ ୨ଟା ୧୫ ବେଳେ ମନୋଜ ଚୌଧୁରୀ ତାଙ୍କ ଚାମ୍ବରରେ ଖାଉଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଚାମ୍ବର ଭିତରକୁ ପଶି ତାଙ୍କୁ ଗୁଳି କରି ଦୌଡ଼ି ପଳାଇ ଥିଲେ। ଚାମ୍ବର ଭିତରେ ଘଟିଥିବା ଏହି ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସିହାନୀ ଗେଟ୍ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ପୁଲିସ ସିସିଟିଭି ଫୁଟେଜକୁ ଭଲ ଭାବେ ଯାଞ୍ଚ କରୁଛି ଓ ଦୁର୍ବୃତ୍ତଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରୁଛି। ଫରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି।

Advertisment
Murder Bullets & Guns Shot Dead