Advertisment

ଶିବ ମନ୍ଦିର ପାହାଚରେ ରାହାଧରି କାନ୍ଦୁଛି କୁନି ଝିଅ

ମହାଦେବଙ୍କ ମନ୍ଦିର ପାହାଛରେ ଶିଶୁକନ୍ୟାଟି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତା ପାଖରେ କେହି ନଥିଲେ। ଛୁଆର କାନ୍ଦ ଦେଖି ଭାବପ୍ରବଣ ହୋଇଯାଇଥିଲେ ପୂଜକ।

author-image
Biswajit Samal
ଅଦ୍ୟତନ ହୋଇଛି
Baragarh

Baragarh

ଶିବ ମନ୍ଦିର ପାହାଚରେ ରାହାଧରି କାନ୍ଦୁଛି କୁନି ଝିଅ। ହେଲେ ତାର ପରିଚୟ ଜଣା ପଡ଼ିନାହିଁ। ଏପରି ଖବର ଆସିଛି ବରଗଡ଼ ଜିଲ୍ଲାର ଗୋଡ଼ଭଗା ସ୍ଥିତ ଶିବ ମନ୍ଦିରରୁ। କେହି ଛୁଆକୁ ଛାଡ଼ି ପଳାଇଯାଇ ଥିବା ଚର୍ଚ୍ଚ ହେଉଛି।

Advertisment

ଆଜିଥିଲା ବୁଧବାର। ନିର୍ଦ୍ଧାରିତ ସମୟରେ ମନ୍ଦିର ଖୋଲିବାକୁ ଆସିଥିଲେ ପୂଜକ ଅକ୍ଷୟ ମହାପାତ୍ର। ଠିକ୍ ସେଇ ସମୟରେ ମହାଦେବଙ୍କ ମନ୍ଦିର ପାହାଛରେ ଶିଶୁକନ୍ୟାଟି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତା ପାଖରେ କେହି ନଥିଲେ। ଛୁଆର କାନ୍ଦ ଦେଖି ଭାବପ୍ରବଣ ହୋଇଯାଇଥିଲେ ପୂଜକ। ଆଉ ଛୁଆର ବାପା ମାଙ୍କୁ ମନ୍ଦିର ବେଢାରେ ଖୋଜିଥିଲେ। ମାତ୍ର କାହାର ଚିହ୍ନବର୍ଣ୍ଣ ପାଇନଥିଲେ।

ଏଖବର ପ୍ରଚାରିତ ହେବା ପରେ ମନ୍ଦିର ବେଢାରେ ଲୋକଙ୍କ ଭିଡ଼ ଜମିଥିଲା। ପରେ ପୂଜକ ଏନେଇ ପୁଲିସକୁ ଖବର ଦେଇଥିଲେ। ଏନେଇ ଖବାର ପାଇଁ ଗୋଡ଼ଭଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। କିଏ ଓ କାହିଁକି ନବଜାତ ଶିଶୁକନ୍ୟାକୁ ଛାଡ଼ି ପଳାଇଛି ସେମ୍ପର୍କରେ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ – ବରଗଡ଼ରୁ ଧର୍ମଦତ୍ତ ପାଢୀ

Girl Baragarh