Advertisment

ତାଲା ଭାଙ୍ଗି ସ୍କୁଲରୁ ଲୁଟିନେଲେ ଏଲ୍‌ଇଡି ଟିଭି

ବସ୍ତା ଥାନା ଅଞ୍ଚଳରେ ରହିଛି ଗୋବରଘୋଟି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ରବିବାର ବିଳମ୍ୱିତ ରାତିରେ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ।

author-image
Manoranjan Sial
Loot

Loot

ରାତିରେ ସ୍କୁଲରେ କଳାକନା ବୁଲାଇଲେ। ତାଲା ଭାଙ୍ଗି ସ୍କୁଲରୁ ଏଲ୍‌ଇଡି ଟିଭି ଓ ବହୁ ଖେଳ ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ।

Advertisment

ବସ୍ତା ଥାନା ଅଞ୍ଚଳରେ ରହିଛି ଗୋବରଘୋଟି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ରବିବାର ବିଳମ୍ୱିତ ରାତିରେ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ। ଯେଉଁଥିରେ ରହିଛି ଏଲଇଡି ଟିଭି ଓ ମୂଲ୍ୟବାନ ଖେଳ ସାମଗ୍ରୀ। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ ବୋଲି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।

ଆଜି ସକାଳେ ଶିକ୍ଷକମାନେ ସ୍କୁଲରେ ପହଞ୍ଚିଲା ବେଳକୁ ଶ୍ରେଣୀ ଗୃହ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ସ୍କୁଲ ପରିଚାଳନା କମିଟିକୁ ଅବଗତ କରାଇଥିଲେ। ଅଭିଭାବକ ଓ ଗାଁ ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିନାହିଁ।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର

Balasore