Advertisment

ବହୁଚର୍ଚ୍ଚିତ ପିତ୍ତଳ ହତ୍ୟାକାଣ୍ଡ; ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

କମେଣ୍ଟ ମରାକୁ ନେଇ ହୋଇଥିବା ଗଣ୍ଡଗୋଳରେ ନରେନ୍ଦ୍ରପୁର ଗାଁର ମଙ୍ଗୁଳୁ ସ୍ୱାଇଁଙ୍କ ୪ ପୁଅ ରାଜା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ ଓ ଚନ୍ଦନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା।

Judgment

Judgment

Advertisment

ବହୁଚର୍ଚ୍ଚିତ ଗଞ୍ଜାମ ପିତ୍ତଳ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ୫ ହତ୍ୟାକାରୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଆସିକା ଏଡିଜେ। କମେଣ୍ଟ ମରାକୁ ନେଇ ୨୦୨୨ ମସିହାରେ ୪ ଭାଇଙ୍କୁ ଅତି ବୀଭତ୍ସ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା।

Advertisment

୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ। କମେଣ୍ଟ ମରାକୁ ନେଇ ହୋଇଥିବା ଗଣ୍ଡଗୋଳରେ ନରେନ୍ଦ୍ରପୁର ଗାଁର ମଙ୍ଗୁଳୁ ସ୍ୱାଇଁଙ୍କ ୪ ପୁଅ ରାଜା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ ଓ ଚନ୍ଦନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅମୀୟ କୁମାର ସ୍ୱାଇଁ, ବାହାନ ପତି, ସନ୍ତୋଷ ସ୍ୱାଇଁ, ମିଲନ ସ୍ୱାଇଁ ଓ ଚନ୍ଦ୍ରସେନ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଆସିକା ଏଡିଜେ ମାମଲାକୁ ବିଚାର ୨୬ ସାକ୍ଷୀ ଓ ୨ ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ୍‌ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

Advertisment

ରିପୋର୍ଟ- ଆସିକାରୁ ମନୋଜ ମୁନୀ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe