Advertisment

ହତ୍ୟାକରୀକୁ ଆଜୀବନ କରାଦଣ୍ଡ

ଘଟଣା ସମ୍ପର୍କରେ ମୃତ ଅଭୟ ନାୟକଙ୍କ ପତ୍ନୀ କ୍ରୀଷ୍ଣରାଣୀ ସାହୁ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ସୁଶ୍ରୀ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

author-image
Biswajit Samal
Court

Court

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ନିମାପଡ଼ା ଗ୍ରାମରେ ୨୦୨୧ ମସିହା ଡିସେମ୍ବର ୧୬ ତାରିଖରେ ଏକ ହତ୍ୟାକାଣ୍ଡ ମାମଲାର ବିଚାରକରି ଜିଲ୍ଲା ଦୌରାଜଜ ଅଭିଯୁକ୍ତ ସୁଶ୍ରୀ ରଞ୍ଜନ ବିଶ୍ୱାଳକୁ ଆଜୀବନ କାରାଦଣ୍ଡ କରିବା ସହିତ ୫ହଜ଼ାର ଟଙ୍କା ଜୋରିମାନା କରିଛନ୍ତି।

Advertisment

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନିମାପଡ଼ା ଗାଁର ଅଭୟ ନାୟକଙ୍କ ଘର ସମ୍ମୁଖରେ ଅଭିଯୁକ୍ତ ସୁଶ୍ରୀ ରଞ୍ଜନ ପରିସ୍ରା କରୁଥିଲେ। ଏହି ସମୟରେ ଅଭୟ ବାରଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ସୁଶ୍ରୀ ରଞ୍ଜନ ଏକ ଠେଙ୍ଗା ଆଣି ଅଭୟ ନାୟକଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଅଭୟଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ମୃତ ଅଭୟ ନାୟକଙ୍କ ପତ୍ନୀ କ୍ରୀଷ୍ଣରାଣୀ ସାହୁ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ସୁଶ୍ରୀ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Advertisment
Murder