Advertisment

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ସଚ୍ଚିକାନ୍ତ ଚଳନ୍ତା ବାଇକରେ ବସି ବାଇକ ଚାଳକଙ୍କ ଗଳା କାଟି ଦେଇଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
Murder

Murder

ହତ୍ୟାକାରୀକୁ ଆଜୀବନ ଦଣ୍ଡାଦେଶ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୌରାଜଜ ଦେଇଛନ୍ତି ଏଭଳି ଦଣ୍ଡାଦେଶ। ଅଭିଯୁକ୍ତ ସଚ୍ଚିକାନ୍ତ ଦଳାଇକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ନ ଦେଇ ପାରିଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

Advertisment

୨୦୧୬ ମସିହାର ଏହି ହତ୍ୟାକାଣ୍ଡ କୁଜଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ ସଚ୍ଚିକାନ୍ତ। ଉଦେଶ୍ୟ ଥିଲା ଲୁଟ୍‌ କରିବା। ଏହି ସମୟରେ ଗୋଟିଏ ବାଇକ୍‌ରେ ଆସୁଥାନ୍ତି ଗଣେଶ୍ୱର ସ୍ୱାଇଁ। ଅନ୍ଧାରିଆ ରାସ୍ତା ଓ ଏକଲା ଲୋକ ଦେଖି ସଚ୍ଚିକାନ୍ତ ଲିଫ୍ଟ ମାଗିଥିଲେ। ହେଲେ ଅନ୍ଧାରରେ କିଏ ଅଟକୋଉଥିବା ଦେଖି ଗାଡ଼ି ଚାଳକ ପଳାଉଥିଲେ। ଏହି ସମୟରେ ସଚ୍ଚିକାନ୍ତ ଚଳନ୍ତା ବାଇକରେ ବସି ବାଇକ ଚାଳକ ଗଣେଶ୍ଵର ସ୍ଵାଇଁଙ୍କ ଗଳା କାଟି ଦେଇଥିଲେ।

ଘଟଣା ସ୍ଥଳରେ ଗଣେଶ୍ୱର ଗାଡିରୁ ପଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଇ ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରିଥିଲା।

Advertisment
Murder