Advertisment

ଡାହାଣୀ ସନ୍ଦେହରେ ହତ୍ୟା, ହତ୍ୟାକାରୀକୁ ଆଜୀବନ ଜେଲ

ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଏହି ଦଣ୍ଡାଦେଶ ଦେଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Jail

Jail

ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଏହି ଦଣ୍ଡାଦେଶ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗ୍ରାମରେ ଗତବର୍ଷ ଜୁଲାଇ ୧୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ମଦନ ପିଙ୍ଗୁଆ(୬୫)କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ହୋଇଛି।

Advertisment

ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ସେ ତାଙ୍କ ଗ୍ରାମର ଗାଙ୍ଗୀ ଜାମୁଦା(୭୦) ନାମକ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା।

ମଦନ ପିଙ୍ଗୁଆର ସ୍ତ୍ରୀଙ୍କ କୌଣସି କାରଣ ବସତଃ ଦେହାନ୍ତ ହୋଇଥିଲା। ହେଲେ ଗାଙ୍ଗୀ ଜାମୁଦା ଡାହାଣୀ ହୋଇ ମଦନର ସ୍ତ୍ରୀକୁ ମାରି ଦେଇଥିବା ସନ୍ଦେହ କରୁଥିଲା। ପ୍ରତିଶୋଧ ପରାୟଣ ହୋଇ ମଦନ ଉକ୍ତ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ଏକାକୀ ଯାଉଥିବା ଗାଙ୍ଗୀଙ୍କୁ ଏକ ବାଡିରେ ପିଟିପିଟି ମାରି ଦେଇଥିଲା। ମାମଲା ରୁଜୁ ପରେ ମଦନଙ୍କୁ ଗିରଫ କରି ତଦନ୍ତ କରିଥିଲା ପୁଲିସ। ହତ୍ୟାର ଶିକାର ଗାଙ୍ଗୀଙ୍କ ପକ୍ଷରୁ ସରକାରୀ ଓକିଲ ପଙ୍କଜ କୁମାର ଦାସ ମାମଲା ଲଢ଼ୁଥିଲେ।

Advertisment
Crime Jail Mayurbhanj