Advertisment

ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ

ଜଣେ ମହିଳା ଫୁଲ ତୋଳୁଥିଲେ। ସେଇ ସମୟରେ କାଳିଆ ହାତରେ ଏକ ଖଣ୍ଡା ନେଇ ଅତର୍କିତ ଭାବେ ସେଇ ମହିଳାଙ୍କୁ ହାଣିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Court

Court

Advertisment

ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୌରାଜଜ। ହତ୍ୟାକାରୀ ହେଉଛି କାଳିଆ ଓରଫ ଜ୍ୟୋତିପ୍ରକାଶ ନାଥଶର୍ମା।

Advertisment

କାଳିଆ ୨୦୨୩ ମସିହା ଜୁନ ମସ ୧୮ ତାଖିର ସକାଳେ ଅତି ବିଭତ୍ସ ଭାବେ ଦୁଇଟି ମହିଳାଙ୍କୁ ହତ୍ୟା କରିଥିଲା। କୁଜଙ୍ଗ ଏକ୍ସପ୍ରେସୱେ କଲୋନୀର ରାସ୍ତା କଡ଼ରେ ଜଣେ ମହିଳା ଫୁଲ ତୋଳୁଥିଲେ। ସେଇ ସମୟରେ କାଳିଆ ହାତରେ ଏକ ଖଣ୍ଡା ନେଇ ଅତର୍କିତ ଭାବେ ସେଇ ମହିଳାଙ୍କୁ ହାଣିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ କାଳିଆର ରାଗ ସାନ୍ତ ହୋଇନଥିଲା ଘରକୁ ଫେରିବା ବେଳେ ତାଙ୍କ ଘରର ଫାଟକ ଖୋଲୁଥିବା ଅନ୍ୟ ଜଣେ ମହିଲାଙ୍କୁ ଅତି ବିଭିତ୍ସ ଭାବେ ହାଣି ଥିଲା।

ଗୋଟିଏ ଦିନରେ ଦୁଇଟି ହତ୍ୟା କରିଥିଲା କାଳିଆ। ଖବର ପାଇଁ କୁଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କାଳିଆକୁ ଗିରଫ କରିଥିଲା। ସାକ୍ଷ୍ୟ ପ୍ରମାଣକୁ ଭିର୍ତ୍ତି କରି ଜିଲ୍ଲା ଦୌରାଜଜ ଗୋଟିଏ ବର୍ଷରେ ମାମଲାର ରାୟ ପ୍ରକାଶ କରିଛନ୍ତି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe