Advertisment

ଅବକାରୀ ଟିମ୍‌କୁ ଦୁଇ ଘଣ୍ଟା ଅଟକାଇ ଦେଲା ମଦ ମାଫିଆ

ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ଗଦାଧର ସେଠୀ ପୁଲିସ୍‌ଧରି ଗାଁରେ ପହଞ୍ଚିଥିଲେ। ଅଟକ ଥିବା ଅବକାରୀ ଟିମ୍‌କୁ ଉଦ୍ଧାର କରିଥିଲେ। ଏଥିସହ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା।

jaleswar

jaleswar

Advertisment

ମଦ ଜବତ କରିବାକୁ ଯାଇ ହଟ୍ଟହଟା ହେଲେ ଅବକାରୀ ଅଧିକାରୀ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଲେ ମଦ ମାଫିଆ। ଆଜି ଏପରି ଖବର ଆସିଛି ବାଲେଶ୍ୱର ଜିଲ୍ଲାରୁ।

Advertisment

ଆଜି ଭୋଗରାଇ ବ୍ଲକ୍‌ ପରିସରରେ ଜନ ଅଭିଯୋଗ ଶୁଣାଣୀ ଶିବିର ଆୟୋଜିତ ହୋଇଥିଲା। ସେହି ସମୟରେ ଆଉସା ଗାଁରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଗାଁ ଲୋକଙ୍କ ଅଭିଯୋଗ ଗୁରୁତର ସହ ନେଇଥିଲେ ଜିଲ୍ଲାପାଳ ଓ ଏସ୍‌ପି। ମଦ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ।

ଅପରହ୍ନରେ ଜଳେଶ୍ୱର ଅବକାରୀ ବିଭାଗ ଆଉସା ଗାଁରେ ଚଢ଼ଉ କରିଥିଲା। ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ଚୋରା ମଦ ବେପାରୀ କାହ୍ନୁ ଚରଣ ବାରିକ ଚମ୍ପଟ ମାରୁଥିଲା। ଏହା ପରେ ଅବକାରୀ ବିଭାଗ ତାଙ୍କ ଘରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଅସଲି ଓ ନକଲି ମଦ ଜବତ କରିଥିଲା। ହେଲେ ଜବତ ହୋଇଥିବା ମଦକୁ କାହ୍ନୁଙ୍କ ପରିବାର ଲୋକ ଛାଡ଼ି ନଥିଲେ। ଏପରିକି ଅବକାରୀ କର୍ମଚାରୀଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ।

Advertisment

ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ଗଦାଧର ସେଠୀ ପୁଲିସ୍‌ଧରି ଗାଁରେ ପହଞ୍ଚିଥିଲେ। ଅଟକ ଥିବା ଅବକାରୀ ଟିମ୍‌କୁ ଉଦ୍ଧାର କରିଥିଲେ। ଏଥିସହ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା। ଫେରାର ଥିବା ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ମଦ ବେପାରୀ କାହ୍ନୁଚରଣ ବାରିକ। ମଦ ବେପାର କରି ସେ ବାରମ୍ୱାର ଗିରଫ ହେଉଛି। ହେଲେ ପରବର୍ତ୍ତୀ ସମୟରେ ଜେଲ୍‌ରୁ ବାହାରି ନିଜ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe