Kalahandi
ବେଆଇନ୍ ଭାବେ ଚାଲିଥିବା ମଦ ଭାଟିରେ ଚଢ଼ଉ କରିବାକୁ ଯାଇଥିଲେ ଅବକାରୀ ବିଭାଗ ଟିମ୍। ହେଲେ ବହେ ଛେତା ଖାଇ ଫେରିଥିବା ଜଣାପଡ଼ିଛି। ଏପରି ଅଭିଯୋଗ କଳାହାଣ୍ଡି ଜିଲ୍ଲାରୁ ଆସିଛି। ମାଡ଼ ଖାଇବା ପରେ ଅବକାରୀ ଓଆଇସି ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ଜୟପାଟଣା ଥାନା ଶାଗଜୋର ଅଞ୍ଚଳରେ ବେଆଇନ୍ ଭାବେ ମଦ ପ୍ରସ୍ତୁତ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଆଜି ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ, ମହିଳା କନ୍ଷ୍ଟେବଳ ଓ ଜଣେ ପୁରୁଷ କନ୍ଷ୍ଟେବଳ ସେହି ଗାଁକୁ ଯାଇଥିଲେ। ଅବକାରୀ ବିଭାଗ ଅଧିକାରୀଙ୍କୁ ଦେଖି ମଦ ମାଫିଆ ତାତି ଯାଇଥିଲା। ଓଆଇସି ନରେନ୍ଦ୍ର ମିଞ୍ଜଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଉଦ୍ଧାର କରିବାକୁ ଆସି ମହିଳା କନ୍ଷ୍ଟେବଳ ଓ ପୁରୁଷ କନ୍ଷ୍ଟେବଳ ଆକ୍ରମଣରେ ଶିକାର ହୋଇଥିଲେ। ମଦ ମାଫିଆ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇ ୩ ଜଣେ ଫେରି ଆସିଥିଲେ।
ମଦ ମାଫିଆଙ୍କଠାରୁ ମାଡ଼ ଖାଇବା ପରେ ଅବକାରୀ ବିଭାଗ ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ଶାଗଜୋର ଗାଁରେ ପୁଲିସ୍ ଚଢ଼ଉ କରି ମଦ ମାଫିଆ ସୁଦର ବାଗକୁ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜୟପାଟଣା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି।
ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kalahandi_1691581802.jpg)