Advertisment

ରେଡ୍‌ ପାଇଁ ଯାଇଥିଲେ; ଅବକାରୀ କନଷ୍ଟେବଲଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ

ଦୁର୍ବୃତ୍ତଙ୍କ ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି।

Excise officer

Excise officer

Advertisment

ରେଡ୍‌ ପାଇଁ ଯାଇଥିବା ବେଳେ ଅବକାରୀ କନଷ୍ଟେବଲଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା।ରେ ମାଫିଆଙ୍କ ଆକ୍ରମଣରେ ଅବକାରୀ କନଷ୍ଟେବଲ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି। ତାଙ୍କ ଆଖିରେ ଗଭୀର ଆଘାତ ଲାଗିଛି।

Advertisment

ଗତକାଲି ଭସାଣି ଉତ୍ସବ ଥିବାରୁ ବ୍ରହ୍ମପୁରରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ହେଲେ ଟାଉନ ଥାନା ଟେଲିଫୋନ ଭବନ ଛକ ନିକଟରେ ଏକ ବନ୍ଦ ମଦ ଦୋକାନ ନିକଟରେ କିଛି ମଦ ମାଫିଆ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ସବ୍ୟସାଚୀ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି କିଛ ମଦ ମାଫିଆ  ଚୋରା ଦେଶୀ ମଦ ବିକ୍ରି କରୁଥିବା ଦେଖିଥିଲେ। ପରେ ଦୋକାନ ନିକଟରେ ଠିଆ ହୋଇ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ମଦ ମାଫିଆମାନେ ଅବକାରୀ କନଷ୍ଟେବଲଙ୍କୁ କାହିଁକି ଭିଡିଓ କରୁଛ କହି ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଜୀବନ ବିକାଳେ ସବ୍ୟସାଚୀ ସେଠାରୁ ଖସି ପଳାଇ ଆସିଥିଲେ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି। ଏନେଇ ୫ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ। 

Advertisment
Odisha Police Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe