Advertisment

ପାର୍ବଣରେ ଜମିଥାନ୍ତା ବେପାର; ପଣ୍ଡ କରିଦେଲା ଅବକାରୀ ବିଭାଗ

୧୫ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ବାନ୍ଧିଛି ଅବକାରୀ ବିଭାଗ।

liquor seized

liquor seized

Advertisment

ପାର୍ବଣରେ ଜମିଥାନ୍ତା ଚୋରା ମଦ ବେପାର। ହେଲେ ଚଢାଉ କରି ସବୁ ପଣ୍ଡ କରିଦେଲା ଅବକାରୀ ବିଭାଗ। ରାଜଧାନୀରେ ଛାତିଉପରେ ଚାଲିଥିବା ବେଆଇନ ମଦ କାରବାରର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ। ସାଲିଆସାହିରୁ ଜବତ ହୋଇଛି ଶହ ଶହ ଲିଟର ରନ୍ଧା ଦେଶୀ ମଦ।

Advertisment

ଏଥିସହ ବିଭିନ୍ନ ମଦ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଘଟଣାରେ ୧୫ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ବାନ୍ଧିଛି ଅବକାରୀ ବିଭାଗ।

ସାଲିଆସାହିରେ ଚୋରା ମଦ ବେପାର ଚାଲିଥିବା କମିଶନରେଟ୍‌ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଅବକାରୀ ବିଭାଗର ଟିମ୍‌ ଚଢ଼ାଉ କରି  ରନ୍ଧା ଦେଶୀ ମଦ ଜବତ କରିବା ସହ ମଦ ବ୍ୟବସାୟୀଙ୍କୁ ଗିରଫ କରିଥିଲା।

Advertisment

ସୂଚନାଯୋଗ୍ୟ, ପାର୍ବଣ ପାଇଁ କମିଶନରେଟ ପୁଲିସ ରାଜଧାଦୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଅନ୍ୟପକ୍ଷରେ ଚୋରା ମଦ ବେପାରୀମାନେ ରାଜଧାନୀରେ ଛାତିଉପରେଚୋରା ମଦ ପ୍ରସ୍ତୁତ କରି କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

Bhubaneswar Liquor Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe