Advertisment

ତରକାରୀରୁ ବାହାରିଲା ଝିଟିପିଟି ସହ ବିଛା; ଇଂଜିନିୟରିଂ କଲେଜ ହଷ୍ଟେଲରେ ଉତ୍ତେଜନା

ବାରମ୍ବାର ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
lizard

lizard

Advertisment

ଇଂଜିନିୟରିଂ ପିଲାଙ୍କୁ ରାତ୍ର ଭୋଜନରେ ଦିଆଯାଇଥିବା ଆଳୁ ତରକାରୀରେ ବାହାରିଲା ମଲା ଝିଟିପିଟି ସହ ବିଛା। ଯାହାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ଉତ୍ତେଜନା ଥମିଥିଲା। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି।

Advertisment

ଗତକାଲି ରାତିରେ ପିଲାମାନଙ୍କୁ ରାତ୍ରି ଭୋଜନରେ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା। ପିଲାମାନେ ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା। ପିଲାମାନେ ସେହି ଖାଇବା ଫୋପାଡ଼ି ଦେବା ସହ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବାରମ୍ବାର ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପିଲାଙ୍କୁ ବୁଝାସୁଝା କରି ହଷ୍ଟେଲ ଭିତରକୁ ପଠାଇ ଦେଇଥିଲେ।

ଜଣେ ଇଂଜିନିୟରିଂ ଛାତ୍ର କହିଛନ୍ତି, ରାତ୍ରି ଭୋଜନରେ ଆଳୁ ତରକାରୀରେ ଦିଆଯାଇଥିଲା। ଏଥିରୁ ଝିଟିପିଟି ଓ ବିଛା ବାହାରିଥିଲା। ପୂର୍ବରୁ ସୋୟାବିନ୍  ତରକାରୀରେ ପୋକ ବାହାରିଥିଲା।

Advertisment

ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଗତକାଲି ଖାଇବାରେ ବିଛା ବାହାରିଥିଲା। ସେହି ଖାଇବା ଫୋପାଡ଼ି ଦିଆଯାଇଥିଲା, ପୁଣି ଥରେ ଖାଦ୍ୟ ତିଆରି କରାଯାଇ ପିଲାଙ୍କୁ ଖାଇବାକୁ ଦିଆଯାଇଛି। 

ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଛି।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe