Advertisment

ଏଲଜେପି ନେତାଙ୍କୁ ସେଲୁନ ଭିତରେ ଗୁଳି କରି ହତ୍ୟା

ଏଲଜେପି ଶ୍ରମିକ ସେଲର ରାଜ୍ୟ ସଭାପତି ହେଉଛନ୍ତି ଅନୱର।

gun

Gun

Advertisment

ଲୋକ ଜନଶକ୍ତି ପାର୍ଟି(ଏଲଜେପି) ନେତା ଅନୱର ଖାନଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସେ ସେଲୁନରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ହତ୍ୟା କରିଛନ୍ତି। ବିହାରର ଗୟାରେ ଏପରି ଘଟଣା ଘଟିଛି। ଅନୱର ହେଉଛନ୍ତି ପଶୁପତି କୁମାର ପାରସ ଗୋଷ୍ଠୀର ସଦସ୍ୟ।

Advertisment

ଏଲଜେପି ଶ୍ରମିକ ସେଲର ରାଜ୍ୟ ସଭାପତି ହେଉଛନ୍ତି ଅନୱର। ସେ ଆଜି ଗୋଟିଏ ସେଲୁନ ଭିତରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେ ସେଠାରେ ପହଞ୍ଚିଥିଲେ।

କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଲୋକମାନେ ତୁରନ୍ତ ସ୍ଥାନ ଛାଡ଼ି ଦେଇଥିବା ବେଳେ ଦୋକାନୀମାନେ ଶଟର ପକାଇ ଚାଲି ଯାଇଥିଲା।

Advertisment

ଘଟଣା ବିରୋଧରେ ଅନୱରଙ୍କ ପରିବାର ଲୋକ ଓ ସମର୍ଥକମାନେ ଜାତୀୟ ରାଜପଥ ୮୨ରେ ବେଶ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Bihar Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe